ନୂପୁର ଶର୍ମାଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ଉତ୍ତେଜନା ଘଟଣା: ରାଉରକେଲାର ୧୪୪ ଧାରା ଲାଗୁ

ନିର୍ଦ୍ଦିଷ୍ଟ ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା, ସଭା ଉପରେ କଟକଣା, ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସର ଫ୍ଲାଗ୍‌ ମାର୍ଚ୍ଚ

ନୂପୁର ଶର୍ମାଙ୍କ ମନ୍ତବ୍ୟକୁ କେନ୍ଦ୍ରକରି ଉତ୍ତେଜନା ଘଟଣା: ରାଉରକେଲାର ୧୪୪ ଧାରା ଲାଗୁ

Al Jazeera

ରାଉରକେଲା: ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ବିଭିନ୍ନ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଓ ସଭା ଉପରେ ୧୪୪ ଧାରା ଜାରି କରାଯାଇଛି। ପାନପୋଷ ଉପଜିଲ୍ଲାପାଳଙ୍କ ଆଦେଶ କ୍ରମେ ପ୍ଲାଣ୍ଟସାଇଟ୍‌, ଉଦିତନଗର, ରଘୁନାଥପାଲି, ବ୍ରହ୍ମଣୀତରଙ୍ଗ, ବିଶ୍ରା, ବନ୍ଧମୁଣ୍ଡା, ଲାଠିକଟା, ଝରିପାରି ଓ ସେକ୍ଟର-୧୫ ଥାନା ଅଞ୍ଚଳରେ ଧାର୍ମିକ ଶୋଭାଯାତ୍ରା ଉପରେ ଏହି କଟକଣା ଲାଗୁ ହୋଇଛି। ଏହି କଟକଣା ଗତକାଲି ଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ଜୁନ୍‌ ପର୍ଯ୍ୟନ୍ତ ଜାରି ରହିବ। ସୂଚନା ଅନୁସାରେ, ସାମ୍ପ୍ରଦାୟିକ ସଭାବ ରକ୍ଷା କରିବାକୁ ଏହି ପଦକ୍ଷେପ ଅପରିହାର୍ଯ୍ୟ ହୋଇପଡିଥିବା ଅନୁଭବ କରିବାପରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ସାମାଜିକ ଗଣମାଧ୍ୟମରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା ପୋଷ୍ଟିଂ ଓ ମେସେଜ୍‌ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେଣୁ; ଫେସ୍‌ବୁକ୍‌, ୱାଟ୍‌ସଆପ୍‌, ଟ୍ବିଟର, ଇନ୍‌ଷ୍ଟାଗ୍ରାମ ପରି ସୋସିଆଲ ମିଡିଆରେ କୌଣସି ଉତ୍ତେଜନା ସୃଷ୍ଟିକାରୀ ବାର୍ତ୍ତା ନପଠାଇବାକୁ କୁହାଯାଇଛି।

ଅନ୍ୟପକ୍ଷରେ, ସାମ୍ପ୍ରଦାୟିକ ସଦ୍‌ଦ୍ଭାବ ରକ୍ଷାକରିବା ଲାଗି ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ଗତକାଲି ରାଉରକେଲା ମୁଖ୍ୟମାର୍ଗରୁ ବାହାରିଥିବା ପୁଲିସର ଫ୍ଲାଗ୍‌ମାର୍ଚ୍ଚ ଉଦିତନଗର, ବାସନ୍ତୀ କଲୋନି ଦେଇ ମାଲଗୋଦାମ, ରେଲୱେ କଲୋନି, ଅମରନାଥ ବସ୍ତି, ଟିମ୍ବର କଲୋନି ଆଦି ଅଞ୍ଚଳ ପର୍ଯ୍ୟନ୍ତ ଯାଇଥିଲା। ସେହିଭଳି, ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସହରର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe