ଏଲ୍‌ଆର୍‌ ଲ’ କଲେଜ୍‌ରେ ଉତ୍ତେଜନା: ଅଧ୍ୟାପକ, କର୍ମଚାରୀଙ୍କୁ ଅଣ୍ଡାମାଡ଼

Advertisment

କଲେଜ୍‌ ଟଙ୍କା ବିଶ୍ବବିଦ୍ୟାଳୟ ଫଣ୍ଡକୁ ଟ୍ରାନ୍ସଫର ଅଭିଯୋଗ

କଲେଜ୍‌ ଟଙ୍କା ବିଶ୍ବବିଦ୍ୟାଳୟ ଫଣ୍ଡକୁ ଟ୍ରାନ୍ସଫର ଅଭିଯୋଗ

ଏଲ୍‌ଆର୍‌ ଲ’ କଲେଜ୍‌ରେ ଉତ୍ତେଜନା: ଅଧ୍ୟାପକ, କର୍ମଚାରୀଙ୍କୁ ଅଣ୍ଡାମାଡ଼

ସମ୍ବଲପୁର: ଏଲ୍‌ଆର୍‌ ଲ’ କଲେଜ୍‌ରେ ଶୁକ୍ରବାର ଉତ୍ତେଜନା ହୋଇଛି। କଲେଜ୍‌ ଫଣ୍ଡରେ ଥିବା ୬୨,୭୮,୦୦୦ ଟଙ୍କାକୁ ଚଞ୍ଚକତା କରାଯାଇ ବିଶ୍ବବିଦ୍ୟାଳୟ ଫଣ୍ଡକୁ ଟ୍ରାନ୍ସଫର୍‌ କରାଯାଇଥିବା ଏହାର କାରଣ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ କଲେଜ୍‌ ଆଲୁମ୍‌ନିଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ଏଭଳି ଚଞ୍ଚକତାକୁ ଦୃଢ଼ ନିନ୍ଦା କରିବା ସହ ଶୁକ୍ରବାର ଅପରାହ୍ଣରେ ଛାତ୍ରଛାତ୍ରୀ ଓ ଆଲୁମ୍‌ନି ସଭ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅଣ୍ଡା ମାଡ଼ କରିଛନ୍ତି। ଅନ୍ୟପଟେ ଶୁକ୍ରବାର ଅପରାହ୍ଣରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲ ଏଲ୍‌ଆର୍‌ ଲ’ କଲେଜ୍‌ ଆସିବାକୁ ଥିଲା। ଆଲୁମ୍‌ନି ପକ୍ଷରୁ ତାଙ୍କୁ ବିରୋଧ କରିବାକୁ ଯୋଜନା କରାଯାଇଥିଲା। ଆଲୁମ୍‌ନି ସଭ୍ୟମାନେ ମୁଖ୍ୟ ଗେଟ୍‌ ସମ୍ମୁଖରେ ବସି ରହି କୁଳପତିଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ଉତ୍ତେଜନା ସୂଚନା ପାଇ କୁଳପତି ଶୁକ୍ରବାର କଲେ୍‌ଜକୁ ଆସି ନଥିଲେ। ଫଣ୍ଡ ଟ୍ରାନ୍ସଫର୍‌କୁ କେବେ ବି ସହ୍ୟ କରାଯିବ ନାହିଁ ବୋଲି ଆଲୁମ୍‌ନି ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe