ଶିକ୍ଷକଙ୍କ ଅନୁପସ୍ଥିତିରୁ ଉତ୍ତେଜନା

Advertisment
ପ୍ରଥମ ଶ୍ରେଣୀରେ ନାମଲେଖା ବୟସ କେତେ? କେନ୍ଦ୍ରର ୬, ରାଜ୍ୟର ୫ ବର୍ଷ

jvsschool.com

ହାଟଡିହି : ଶିକ୍ଷକଙ୍କ ଅନୁପସ୍ଥିତିକୁ ନେଇ ହାଟଡିହି ବ୍ଲକ୍‌ ଗୋପ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୫ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ମାସେ ହେଲା ଶିକ୍ଷକ, ଶିକ୍ଷୟିତ୍ରୀ ଠିକ୍‌ରେ ସ୍କୁଲ ଆସୁ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଆଜି ବିଦ୍ୟାଳୟକୁ ମାତ୍ର ଜଣେ ଶିକ୍ଷୟିତ୍ରୀ ଆସିଥିବା ବେଳେ ଆଉ ୪ଜଣ ଅନୁପସ୍ଥିତ ଥିଲେ। ବିଦ୍ୟାଳୟ କମିଟି ସଭାପତି ମନୋଜ ବେହେରା, ୱାର୍ଡସଭ୍ୟା ସଂଯୁକ୍ତା ସେଠୀ, ଦୀପ୍ତିରଞ୍ଜନ ବାରିକ, ଚନ୍ଦ୍ରମଣି ଜେନା, ପଞ୍ଚାନନ ଜେନା, ଘନଶ୍ୟାମ ମହାନ୍ତି, ମୀନାକ୍ଷୀ ଜେନା, ବସୁମତୀ ବେହେରା, ବାସନ୍ତୀ ଘୋଷ, ଲିଲି ସେଠୀଙ୍କ ସମେତ ବହୁ ଅଭିଭାବକ ସ୍କୁଲରେ ପହଞ୍ଚି ପାଟିତୁଣ୍ଡ କରିଥିଲେ।

ଏନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ବିଶ୍ୱବନ୍ଦନା ଦାସଙ୍କୁ ପଚାରିବାରୁ, ଯେଉଁ ଶିକ୍ଷକ, ଶିକ୍ଷୟିତ୍ରୀ ସ୍କୁଲ୍‌ ଆସୁନାହାନ୍ତି ତାଙ୍କର ଉପସ୍ଥାନ ପକାଯାଉନି। ଆଜି ୪ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ବିନା ଅନୁମତିରେ ଅନୁପସ୍ଥିତ ଥିବା ନେଇ ସେ ବିଇଓଙ୍କୁ ଜଣାଇଥିବା କହିଛନ୍ତି। ଏ ସମ୍ପର୍କରେ ବ୍ଲକ୍‌ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ କହିଛନ୍ତି, ଅନୁପସ୍ଥିତ ଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe