ପାସ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ନେଇ ଉତ୍ତେଜନା

Advertisment

ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ପାସ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ନେଇ ଉତ୍ତେଜନା

ବାଲିଅନ୍ତା:ପାହାଳ ଥାନା ଅନନ୍ତପୁର ସ୍ଥିତ ଏକ ଘରୋଇ ସ୍କୁଲ ପରିସରରେ ୨୦୧୭ ମସିହାର ବିଟେକ ପାସ ଛ୍ରାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ନେଇ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ସୋମବାର ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ଉକ୍ତ କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ଦୀର୍ଘ ସମୟ ଧରି ଉତ୍ତୀର୍ଣ୍ଣ ଉାତ୍ରଛାତ୍ରୀ କଲେଜ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପାହାଳ ଥାନା ଅଧିକାରୀ ଉତକ୍ଷିପ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନା ଅନୁସାରେ ୨୦୧୭-୧୮ ଶିକ୍ଷା ବର୍ଷରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଉକ୍ତ କଲେଜରୁ ବିଟେକ ପାସ କରିଥିଲେ। ବିପିୟୁଟି ପକ୍ଷରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା କଥା। ହେଲେ କଲେଜ କର୍ତ୍ତୃପକ୍ଷ ଏଦିଗରେ ଆଜି ଯାଏ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଏହାରେ ପ୍ରତିବାଦରେ ଆଜି ଛାତ୍ରଛାତ୍ରୀମାନେ ପହଞ୍ଚି ହୋ-ହଲ୍ଲା କରିଥିଲେ। କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ।

ଖବର ପାଇ ଥାନା ଅଧିକାରୀଙ୍କ ସମେତ କଲେଜ କର୍ତ୍ତୃପକ୍ଷ ଦୁଇ ସପ୍ତାହ ମଧ୍ୟରେ ସମାଧାନ ନେଇ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅନ୍ୟପକ୍ଷରେ ବିପିୟୁଟି ପକ୍ଷରୁ ସାର୍ଟିଫିକେଟ ପ୍ରଦାନରେ ଅବହେଳା କରାଯାଇଥିବା ନେଇ କଲେଜ ପରିଚାଳକ ସୂଚନା  ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ୨୦୧୭ ମସିହାରୁ ୨୧ ମସିହା ଯାଏ ୫ ବର୍ଷ ହେଲା ପାସ କରୁଥିବା ପିଲାଙ୍କୁ ସାର୍ଟିଫିକେଟ ଦିଆଯାଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe