ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା

Advertisment
ସରକାରୀ ଜମି ଜବରଦଖଲକୁ ନେଇ ଉତ୍ତେଜନା

ବାଲିଅନ୍ତା:ବାଳକାଟି ପ୍ରତାପଶାସନ ମୌଜା ରଥିଜେମା  ଅଞ୍ଚଳରେ ୧୦ ଡିସିମିଲ ପରିମିତ ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଆଜି ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ୩୦ ଘର ସାହିର ମହିଳା ମଞ୍ଚ ସଭା ଗୃହ ନିର୍ମାଣ ଲାଗି  ଉକ୍ତ ଜମି ସଂରକ୍ଷିତ ରହିଥିଲା। ହେଲେ ଚିହ୍ନଟ ଜମିରେ ଜଣେ ବ୍ୟକ୍ତି ରାସ୍ତା ନେବାକୁ କେନ୍ଦ୍ର କରି ଆଜି ବିବାଦ ଉଗ୍ରରୂପ ନେଇଥିଲା।

ଏହାର ପ୍ରତିବାଦରେ ଶତାଧିକ ମହିଳା ରାଜ ରାସ୍ତାକୁ ଓହ୍ଲାଇଥିଲେ। ଉତ୍ତ୍ୟକ୍ତ ମହିଳା ପୁରୁଣା ଜଗନ୍ନାଥ ରାସ୍ତା ଅବରୋଧ କରି ପ୍ରତିବାଦ କରିଥିଲେ। ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ ନକରିବା ପର୍ଯ୍ୟନ୍ତ ସେମାନେ ରାସ୍ତାରୁ ହଟିବେ ‌ନାହି ବୋଲି ଜିଦି ଧରିଥିଲେ। ଏଥିସହିତ ରାସ୍ତାରେ ପଥର ପକାଇ ଓ ଟାୟାର ଜାଳି ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲେ।

ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣି ନଥିଲେ। ସ୍ଥାନୀୟ ସରପଞ୍ଚ ରୀନା ବେହେରାଙ୍କ ପତ୍ନୀ ପବିତ୍ର ମୋହନ ବେହେରା ଓ ସମିତି ସଭ୍ୟ ଗଙ୍ଗାଧର ମାହାରି ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଅନ୍ୟପକ୍ଷରେ ଜମି ମାଲିକଙ୍କ କହିବାନୁଯାୟୀ ତାଙ୍କର ସ୍ଥିତିବାନ ସମ୍ପତ୍ତି ସମ୍ମୁଖରେ ଉକ୍ତ ଜମି ରହିଥିବାରୁ ନିୟମାନୁସାରେ  ଅଧିକାର ପରିସରଭୁକ୍ତ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe