ଢେଙ୍କାନାଳରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତରଙ୍କୁ ମାଡ଼, ଭଙ୍ଗାରୁଜା

ଢେଙ୍କାନାଳରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଡାକ୍ତରଙ୍କୁ ମାଡ଼, ଭଙ୍ଗାରୁଜା

Dailyhunt

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସଂଧ୍ୟାରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ସଦସ୍ୟମାନେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ସୂଚନା ଅନୁଯାୟୀ, ସହରର ଖମାର ବିଲସାହିର ନରେନ୍ଦ୍ର ନାଏକ(୨୮) ଆଜି ସକାଳେ ସାଙ୍ଗମାନଙ୍କ ସହ ବାହାରକୁ ଭୋଜି କରିବାକୁ ଯାଇଥିଲେ। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା। ଫଳରେ, ପରିବାର ଲୋକେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପରୀକ୍ଷା କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ନରେନ୍ଦ୍ରଙ୍କୁ ବାହାରକୁ ଆଣିବା ପରେ ତାଙ୍କ ଛାତିକୁ ବାରମ୍ବାର ଚାପିଥିଲେ। ଫଳରେ ତାଙ୍କ ପାଟି ଭିତରୁ କିଛି ତରଳ ପଦାର୍ଥ ବାହାରିଥିଲା। ରୋଗୀ ବଞ୍ଚିଛି ଏବଂ ବାନ୍ତି କଲା ବୋଲି ଦର୍ଶାଇ ପରିବାର ଲୋକେ ଡାକ୍ତରଙ୍କୁ ଦୋଷାରୋପ କରିଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରମାନେ ଚିକିତ୍ସା ନ କରି ଉପରଠାଉରିଆ ଭାବେ ମୃତ ଘୋଷଣା କରିଛନ୍ତି ବୋଲି ଆରୋପ କରି ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ଡାକ୍ତର ଟାଉନ୍ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe