ଘରୋଇ କଳିରୁ ଲଙ୍କାକାଣ୍ଡ

Advertisment
ଘରୋଇ କଳିରୁ ଲଙ୍କାକାଣ୍ଡ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ପୁଟୁକିଗ୍ରିଂଜେଲ ଗ୍ରାମରେ ଦୁଇ ପଡ଼ୋଶୀ ପରିବାର ମଧ୍ୟରେ ମାରପିଟ୍‌ ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମମତା ବାଗ (୪୫ ବର୍ଷ)। ତାଙ୍କ ସ୍ବାମୀ ମୋହନ ବାଗ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୋମବାର ଅପରାହ୍ନ ପ୍ରାୟ ୪ଟାରେ ମମତାଙ୍କ ପରିବାର ଟ୍ରାକ୍ଟରରେ ମାଟି ନେଉଥିବା ବେଳେ ପଡ଼ୋଶୀ ସତ୍ୟ ବାଗ ଉକ୍ତ ରାସ୍ତାରେ ଟ୍ରାକ୍ଟର ନେବାକୁ ବାରଣ କରିଥିଲେ।

ଫଳରେ ଉଭୟ ପରିବାରଙ୍କ ମଧ୍ୟରେ କଥା କଟାକଟି ହୋଇ ମାଡ଼ପିଟ ହୋଇଥିଲା। ଢେଲା, ପଥର ଆଦିରେ ଆକ୍ରମଣ ସହ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ଢେଲାମାଡ଼ରେ ଗୁରୁତର ମମତାଙ୍କୁ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବୁର୍ଲା ମେଡିକାଲକୁ ପଠାଇଥିଲେ। ମାତ୍ର ଡାକ୍ତରଖାନା ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ମୋହନ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି। ଉକ୍ତ ଘଟଣାରେ ସତ୍ୟ ବାଗ, ମଧୁସୂଦନ ବାଗ, ରାଜେନ୍ଦ୍ର ବାଗ, ଜଗଦୀଶ ତାଣ୍ତି, ସୋମନାଥ ତାଣ୍ତି, ସୁବାସ ତାଣ୍ତି ଓ ସୌଭାଗିନୀ ବାଗ ଗିରଫ ହୋଇଛନ୍ତି। ସେମାନଙ୍କୁ ବିଜେପୁର ପୁଲିସ କୋର୍ଟ ଚାଲାଣ କରିଛି। ଅନ୍ୟଜଣେ ନାବାଳିକାଙ୍କୁ ଜୁଭେନାଇଲ୍ ଜଷ୍ଟିସ ହୋମକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe