୭୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

Advertisment
୭୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ଯନ୍ତ୍ରୀ

ରାୟଗଡ଼ା: ଜନସ୍ବାସ୍ଥ୍ୟ ବିଭାଗରେ କିପରି ଚାଲିଛି ଲାଞ୍ଚ କାରବାର ଆଜି ତାହା ପଦାରେ ପଡିଛି। ଏହି ବିଭାଗର ଏଷ୍ଟିମେଟର ରମାକାନ୍ତ ମଲ୍ଲିକ ଲାଞ୍ଚ ନଦେଲେ କୌଣସି ଫାଇଲକୁ ଗ୍ରହଣ କରନ୍ତି ନାହିଁ। ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ବାବୁଙ୍କ ନାମରେ କେହି ପାଟି ଫିଟାଇବାକୁ ଡରନ୍ତି। କିନ୍ତୁ ଆଜି ଲାଞ୍ଚ ନେବା ତାଂକ ପାଇଁ ମହଙ୍ଗା ପଡିଲା। ୭ ହଜାର ଟଂକା ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିରେ। ଆଉ ଭିଜିଲାନସ ହାତରେ ଗିରଫ ହେଲେ।

ଜୟପୁର ଭିଜିଲାନସ ଏସପିଙ୍କ ନିର୍ଦେଶକ୍ରମେ ଅତିରିକ୍ତ ଏସପି ଅରୁଣ କୁମାର ମହାନ୍ତିଙ୍କ ନେତୃତ୍ବରେ ରାୟଗଡା ଭିଜିଲାନସ ବିଭାଗର ନିରୀକ୍ଷକ ତରୁଲତା ବେହେରା, ଏଏସଆଇ କେ.ରଘୁନାଥ ଦୋରା, କନେଷ୍ଟବଲ ଭିଏସଏସ ଶର୍ମା, ଆନନ୍ଦ ବେହେରା ପ୍ରମୁଖ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଜଣେ ଠିକାଦାର ସୁମନ୍ତ ପରିଡା ପାଣି ପମ୍ପ ନିକଟରେ ଥିବା ପମ୍ପଗୁଡିକ ଖରାପ ହୋଇଥିବାରୁ ଏହାକୁ ମରାମତି କରିଥିଲେ।

ତେବେ ଏହି ମରାମତିର ଏଷ୍ଟିମେଟ କରିବା ସହ ଏଗ୍ରିମେଣ୍ଟ କରିବା ପାଇଁ ବାରମ୍ବାର ଜନସ୍ବାସ୍ଥ୍ୟ ବିଭାଗର ଏଷ୍ଟିମେଟର ଶ୍ରୀ ମଲ୍ଲିକଙ୍କ ପାଖକୁ ଯାଉଥିଲେ। ଏଷ୍ଟିମେଟ କରିବା ପାଇଁ ଶ୍ରୀ ମଲ୍ଲିକ ସୁମନ୍ତ ପରିଡାଙ୍କୁ ୭ ହଜାର ଟଂକା ମାଗିଥିଲେ। ସୁମନ୍ତ ତୁରନ୍ତ ଭିଜିଲାନସ ବିଭାଗ ନିକଟରେ ଏନେଇ କେଶ ରୁଜୁ କରିଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଭିଜିଲାନସ ଆଜି ମାଡିବସିଥିଲା। କୋଟଲାଗୁଡା ଭଡା ଘର ସହ ଏକାକାଳୀନ ତିନୋଟି ସ୍ଥାନରେ ଆଜି ଚଢାଉ ହୋଇଛି। କୋରାପୁଟ ଭିଜିଲାନସ ବିଭାଗର କେଶ ନମ୍ବର ୩୦/୨୦୨୩ କେଶ ରୁଜୁ କରାଯାଇ ଅଧିକା ତଦନ୍ତ କରୁଥିବା କୁହାଯାଇଛି। ତେବେ ତଦନ୍ତ ପରେ ଶ୍ରୀ ମଲ୍ଲିକଙ୍କ ଘରୁ ଏବଂ ଅଫିସରୁ କେତେ ସ୍ଥାବର ଓ ଅସ୍ଥାବର ଟଂକା ବାହାରିଲା ତାହା ଜଣାପଡିବ ବୋଲି ଭିଜିଲାନସ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe