ଭୋଟ୍‌ ଦେବାକୁ କସରତ: ରାସ୍ତାରେ ଗଲେ ୬୦ କିମି, ପାହାଡ଼ ଚଢ଼ିଲେ ୯ କିମି

Advertisment
ଭୋଟ୍‌ ଦେବାକୁ କସରତ: ରାସ୍ତାରେ ଗଲେ ୬୦ କିମି, ପାହାଡ଼ ଚଢ଼ିଲେ ୯ କିମି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବହୁ ଦୁର୍ଗମ ଅଞ୍ଚଳରେ ସ୍ବାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଭୋଟ୍‌ ଦେବାପାଇଁ କସରତ କରୁଛନ୍ତି ବୋଡ଼ାଦରିଙ୍ଗ ଗ୍ରାମବାସୀ। ରାସ୍ତାରେ ଗଲେ ୬୦ କିମି ଓ ପାହାଡ଼ ଚଢ଼ି ବିପଦସଙ୍କୁଳ ରାସ୍ତାରେ ୯ କିମି ଗଲେ ଯାଇ ସେମାନେ ମତଦାନ କେନ୍ଦ୍ରରେ ଭୋଟ୍‌ଦାନ କରିଥା’ନ୍ତି। କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ୍‌ରେ ୧୯ଟି ପଞ୍ଚାୟତରୁ ୯ଟି ଦୁର୍ଗମ ପାହାଡ଼ି ଅଂଚଳରେ ରହିଛି। ସେଥିମଧ୍ୟରୁ ଉର୍ଲାଦାନୀ, ମାଣିକେରା, ବାରବନ୍ଧା ଓ ମୋହନଗିରୀ ପଞ୍ଚାୟତକୁ ଆଜି ବି ବିକାଶ ଅପହଞ୍ଚ ହୋଇରହିଛି। ୨୦୧୭ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିକାଶ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ବରାନ୍ବିତ କରିବା ପାଇଁ ପଞ୍ଚାୟତ ବିଭାଜନ ପ୍ରକ୍ରିୟାରେ ତିନୋଟି ନୂଆ ପଞ୍ଚାୟତ ଗଠନ କରାଯାଇଥିଲା। ନୂତନ ଭାବେ ଗଠିତ ହୋଇଥିବା ଲୁବେନଗଡ଼ ପଞ୍ଚାୟତର ପୁଇଝିରି ଓ କୁର୍ତ୍ତେଲ ଗ୍ରାମକୁ ଆଜି ମଧ୍ୟ ପାଦଚଲା ରାସ୍ତାଟିଏ ତିଆରି ହୋଇପାରି ନାହିଁ।

ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟରୁ ୯ କିମି ଓ ବ୍ଲକ୍‌ କାର୍ଯ୍ୟାଳୟରୁ ୩୬ କିମି ଦୂରରେ ଅବସ୍ଥିତ ଏହି ଗାଁ ଚାରିପଟୁ ଦୁର୍ଗମ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରି ରହିଛି। ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ୯ କିମି ଘଞ୍ଚ ଜଙ୍ଗଲ ନଦୀ ପାହାଡ଼ ପାରି ହୋଇ ଆସିବାକୁ ପଡ଼ିଥାଏ। ସେହିଭଳି ଉର୍ଲାଦାନୀ ପଞ୍ଚାୟତର ବୋଡ଼ାଦରିଙ୍ଗ ଗାଁ ପଞ୍ଚାୟତ ଅଫିସ୍‌ରୁ ୬୦ କିମି ଓ ବ୍ଲକ ଅଫିସ୍‌ରୁ ୭୬ କିମି ଦୂରରେ ଅବସ୍ଥିତ। ବୋଡ଼ାଦରିଙ୍ଗ ଗ୍ରାମକୁ ଉର୍ଲାଦାନୀ ପଞ୍ଚାୟତରୁ ଲାହାଡ଼ି ଦେଇ ଯିବାକୁ ହେଲେ ୩ଟି ନଦୀ ନାଳ ଓ ୩ଟି ବିପଦସଙ୍କୁଳ ପାହାଡ଼ ଚଢ଼ି ୯ କିମି ଯିବାକୁ ପଡ଼ିଥାଏ। ଉର୍ଲାଦାନୀ ପଞ୍ଚାୟତରୁ ୯ କିମି ଦୂରତାକୁ ଯାଇ ଲୋକମାନେ ଭୋଟ୍‌ ଦେଇଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe