ଭିତରକନିକାରେ ବଢ଼ିଲେ ବିଦେଶୀ ପକ୍ଷୀ: ଗତବର୍ଷଠାରୁ ୧୮୫୨ ଅଧିକ ପକ୍ଷୀ

Advertisment
ଭିତରକନିକାରେ ବଢ଼ିଲେ ବିଦେଶୀ ପକ୍ଷୀ: ଗତବର୍ଷଠାରୁ ୧୮୫୨ ଅଧିକ ପକ୍ଷୀ

The TeCake

ରାଜନଗର : ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତମାସ ୬ ତାରିଖ ଦିନ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡ଼ିଛି।

ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ଭିତରକନିକାକୁ ୧ ଲକ୍ଷ ୩୯ ହଜାର ୯୫୯ ପକ୍ଷୀ ଆସିଛନ୍ତି। ଅର୍ଥାତ୍‌ ଗତବର୍ଷ ଠାରୁ ଚଳିତବର୍ଷ ଭିତରକନିକାକୁ ୧୮୫୨ ପକ୍ଷୀ ଅଧିକ ଆସିଥିବା ଜଣାପଡ଼ିଛି। ଗତବର୍ଷ ଭିତରକନିକାକୁ ୧୪୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ୧୪୦ ପ୍ରଜାତିର ପକ୍ଷୀ ଆସିଛନ୍ତି। ୪ ପ୍ରଜାତିର ପକ୍ଷୀ ଚଳିତବର୍ଷ ଭିତରକନିକାକୁ କମ୍ ଆସିଥିଲେ ମଧ୍ୟ ଗତବର୍ଷଠାରୁ ଅଧିକ ସଂଖ୍ୟାରେ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଏ ବର୍ଷ ଭିତରକନିକାରେ ବିରଳ କମନ୍‌ସେଲ ଡକ୍‌ ପକ୍ଷୀଙ୍କୁ ଅଧିକ ଦେଖିବାକୁ ମିଳିଛି। ଏହି ପକ୍ଷୀ ସାଧାରଣତଃ କମ୍‌ ସଂଖ୍ୟାରେ ଦେଖା ଯାଇଥାନ୍ତି। ଏହାବାଦ୍‌ ଭିତରକନିକାରେ କମନ୍‌ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

publive-image

ଚଳିତ ବର୍ଷ ଗ୍ରେବସ, ପେଲିକାନସ, କରମୋରାନ୍ଟସ ଆଣ୍ତ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି। ଗିଜ ଆଣ୍ତ ଡକ୍ସ ଜାତୀୟ ୧୫ ପ୍ରଜାତିର ୮୧,୯୩୦ ପକ୍ଷୀ ଭିଡ ଜମାଇଛନ୍ତି। ଏହି ପକ୍ଷୀଗୁଡିକ ପ୍ରଚଣ୍ତ ଶୀତ ଦାୟରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଏହି ପକ୍ଷୀମାନେ ଆସିଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe