ମହଙ୍ଗାପଡ଼ିଲା ଲାଞ୍ଚ, ପୁଲିସ ଏସ୍‌ଆଇଙ୍କୁ ୫ ବର୍ଷ ଜେଲ୍‌

Advertisment
ମହଙ୍ଗାପଡ଼ିଲା ଲାଞ୍ଚ, ପୁଲିସ ଏସ୍‌ଆଇଙ୍କୁ ୫ ବର୍ଷ ଜେଲ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳର ଏକ ଯୌତୁକ ନିର୍ଯାତନା ମାମଲା ରଫାଦଫା କରିବାକୁ ଲାଞ୍ଚ ନେଇ ଧରାପଡ଼ିଥିବା ତତ୍କାଳୀନ ଖୁଣ୍ଟା ଥାନା ସବ୍‌ଇନ୍ସପେକ୍ଟର ହୃଷିକେଶ ପଶ୍ଚିମକବାଟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାରିପଦା ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍ ଡ. ପ୍ରସନ୍ନ କୁମାର ପଣ୍ଡା। ତାଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୭ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ କୁହାଯାଇଛି। ୮ ଜଣ ସାକ୍ଷୀଙ୍କ ବୟାନ ଏବଂ ଅନ୍ୟ ପ୍ରମାଣକୁ ଆଧାର କରି ଏହି ରାୟ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍‌ସ ପିପି ଶାନ୍ତନୁ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

ସୂଚନା ଥାଉକି ଶ୍ରୀ ପଶ୍ଚିମକବାଟ ଅଭିଯୋଗକାରାୀ ବିବେକାନନ୍ଦ ପୋଥାଳଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶ୍ରୀ ପୋଥାଳ ଏନେଇ ବାଲେଶ୍ବର ଭିଜିଲାନ୍‌ସ ଏସ୍‌ପିଙ୍କଠାରେ ଅଭିଯୋଗ କରିଥିଲେ। ୨୦୧୫ ମସିହା ଏପ୍ରିଲ୍‌ ୧୫ ତାରିଖର ଦିନ ଶ୍ରୀ ପୋଥାଳଙ୍କ ପାଖରୁ ଶ୍ରୀ ପଶ୍ଚିମକବାଟ ଲାଞ୍ଚ ନେବା ସମୟରେ ବାରିପଦା ଭିଜିଲାନ୍‌ସ ଟିମ୍ ତାଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଶ୍ରୀ ପଶ୍ଚିମକବାଟ ଜାମିନରେ ଆସିଥିଲେ। ସେ ଏବେ ବାଲେଶ୍ବର ଟ୍ରାଫିକ୍ ଥାନାରେ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe