୭୦ କେଜି ଗଞ୍ଜେଇ ସହ ଦାମୀ କାର୍‌ ଜବତ, ୪ ଗିରଫ

Advertisment
୭୦ କେଜି ଗଞ୍ଜେଇ ସହ ଦାମୀ କାର୍‌ ଜବତ, ୪ ଗିରଫ

କଣ୍ଟାମାଳ: ବୌଦ୍ଧ-ବଲାଙ୍ଗୀର ସୀମାନ୍ତ ଜାମୁଟ ସେତୁ ନିକଟରେ କଣ୍ଟାମାଳ ପୁଲିସ ପୁଲିସ ଚଢ଼ଉ କରି ୭୦ କେଜି ଗଞ୍ଜେଇ ସହ ଏକ ଦାମୀକୁ ଜବତ କରିଛି। ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନ‌େ ହେଲେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଖେମୁଣ୍ଡିଗଡ଼ ଗ୍ରାମର ମିଥୁନ ଦିଶିରି, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚେରୁପାଲି ଗ୍ରାମର ବଳରାମ ରଣା, ତରଭା ଥାନା ସିଣ୍ଢୋଲ ଗ୍ରାମର ପୂର୍ଣ୍ଣଚନ୍ଦ୍ର ରଣା ଓ ଛତିଶଗଡ଼ ରାଜନନ୍ଦଗାଓଁ ଥାନା ଶଙ୍କରପୁର ଗ୍ରାମର ରାଜେଶ ସିହ୍ନା।

ପୁଲିସର ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଜାମୁଟ ସେତୁ ନିକଟରେ ଏକ ଧଳାରଙ୍ଗର ସ୍କୋଡା ଓକ୍ଟିଭିଆ କାର୍‌ (ସିଜି ୦୪ ଏଚ୍‌ବି ୩୦୦୧) ଗାଡ଼ିକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ସେଥିରୁ ୭୦ କେଜି ଗଞ୍ଜେଇ ମିଳିଥିଲା। ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନଙ୍କଠାରୁ ଓଡି ୩୧ କେ ୩୨୮୪ ନମ୍ବର ଥିବା ଏକ ବାଇକ୍‌, ୪ଟି ମୋବାଇଲ ଫୋନ୍‌ ଏବଂ ୨୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା କଣ୍ଟାମାଳ ଥାନା ଦାୟିତ୍ବରେ ଥିବା ଡିଏସ୍‌ପି ତପସ୍ବିନୀ କଅଁର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe