ମାହାଙ୍ଗା ନାବାଳିକା ଆତ୍ମହତ୍ୟା ଘଟଣା; ମୋ ପୁଅକୁ ଫସାଇ ଦିଆଯାଇଛି : ଅନୁପମଙ୍କ ମା’

Advertisment

ପ୍ରମାଣ ନଷ୍ଟ, ତଥ୍ୟ ଲୁଚାଇବା ଅଭିଯୋଗରେ ବାପା ଦାୟୀ; ତଥାପି ପୁଲିସ ଚୁପ୍‌

ପ୍ରମାଣ ନଷ୍ଟ, ତଥ୍ୟ ଲୁଚାଇବା ଅଭିଯୋଗରେ ବାପା ଦାୟୀ; ତଥାପି ପୁଲିସ ଚୁପ୍‌

ପରସ୍ପରକୁ କରେଣ୍ଟ ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା

କଟକ: ମାହାଙ୍ଗା ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। କିନ୍ତୁ ଏହି ଘଟଣାରେ ନାବାଳିକାଙ୍କ ବାପା ଓ ଥାନା ଆଇଆଇସିଙ୍କୁ ଖୋଲା ଛାଡ଼ି ଦିଆଯାଇଛି କେମିତି? ଏ ପ୍ରଶ୍ନ ଏବେ ଆଇନ ସଂପର୍କରେ ଅବଗତ ଥିବା ଅନେକଙ୍କୁ ଚକିତ କରିଛି। ପ୍ରମାଣ ନଷ୍ଟ କରିବା, ତଥ୍ୟ ଲୁଚାଇବା ଭଳି ଅଭିଯୋଗ ନାବାଳିକାଙ୍କ ବାପା ଓ ଥାନା ଅଧିକାରୀଙ୍କୁ ବିରୋଧରେ ପୁଲିସ ମକଦ୍ଦମା ରୁଜୁ କରିବା କଥା। ମାତ୍ର ଏଯାଏ ଏସଂପର୍କରେ ଏସ୍‌ପି କିଛି କହୁନାହାନ୍ତି। ନାବାଳିକା ଜଣକ ଆତ୍ମହତ୍ୟା କରିଛି ବୋଲି ପୁଲିସ କହିଛି। କିନ୍ତୁ ନାବାଳିକାର ବାପା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ବାତ ମାରିବାରୁ ତାଙ୍କ ଝିଅର ମୃତ୍ୟୁ ଘଟିଥିଲା ଏବଂ ଅପପ୍ରଚାର କରି ତାଙ୍କ ପରିବାରକୁ ବଦନାମ କରାଯାଉଛି। ଯଦି ପୁଲିସ ମତ ଅନୁଯାୟୀ ନାବାଳିକା ଆତ୍ମହତ୍ୟା କରିଛି ତେବେ ଏ ସଂପର୍କରେ ପୁଲିସକୁ ନ ଜଣାଇ ଶବ ସତ୍କାର କରିବା ଏକ ଅପରାଧ। ଏ କ୍ଷେତ୍ରରେ ଏଯାଏ ପୁଲିସର ଭୂମିକା ବି ସନ୍ଦେହ ଘେରକୁ ଆସିଛି। ଦଫା ୨୦୧, ୩୦୬ରେ ନାବାଳିକାର ବାପାଙ୍କ ନାମରେ ମାମଲା ରୁଜୁ ହୋଇପାରିବ ବୋଲି ଆଇନଜୀବୀମାନେ ମତ ଦେଇଛନ୍ତି। ପୁଲିସ ବିଭିନ୍ନ ସାମଗ୍ରୀର ଫରେନ୍‌ସିକ୍‌ ଯାଞ୍ଚ କରିବା ସହିତ ନାବାଳିକାଙ୍କ ବାପାଙ୍କର ବୟାନ ମଧ୍ୟ ରେକର୍ଡ କରିଛି।

ଅନ୍ୟପଟେ ଏହି ଘଟଣାରେ ପୁଲିସ ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଶରତ ନାୟକ ଓ ଗୋକନ ହାଇସ୍କୁଲର କ୍ରୀଡା ଶିକ୍ଷକ ତଥା ଜଗତସିଂହପୁର ଛେଳିଆଗଡ଼ର ବାସିନ୍ଦା ଅନୁପମ ରାୟଙ୍କୁ ଗିରଫ କରିଛି। କିନ୍ତୁ ଅନୁପମଙ୍କ ମା ପୁଅର ଏଭଳି ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇବା ସହିତ ତାଙ୍କ ପୁଅ ନିର୍ଦ୍ଦୋଷ ବୋଲି କହିଛନ୍ତି। ପଚରାଉଚରା କରିବାକୁ ନେଉଛୁ ବୋଲି କହି ପୁଲିସ ତାଙ୍କ ପୁଅକୁ ଗିରଫ କରିଛି। ନାବାଳିକା ମୃତ୍ୟୁ ଘଟଣାର ଠିକରେ ତଦନ୍ତ କରାଯାଉ। ସେଥିରେ ତାଙ୍କ ପୁଅର କୌଣସି ସଂପର୍କ​ ନାହିଁ, ତାଙ୍କ ପୁଅକୁ ଫସାଇ ଦିଆଯାଇଛି ବୋଲି ଅନୁପମଙ୍କ ମାଆ କହିଛନ୍ତି। ଅନ୍ୟପଟେ ଗିରଫ ଶରତ ନାୟକ ଓ ଅନୁପମଙ୍କ ମାଆଙ୍କ ମଧ୍ୟରେ ହୋଇଥିବା ମୋବାଇଲ କଥାବାର୍ତ୍ତା ଭାଇରାଲରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ତାହାକୁ କିଏ ଭାଇରାଲ କରିଛି ଓ ଛାତ୍ରୀଙ୍କର ଯେଉଁ ଚିଠି ଭାଇରାଲ ହେଉଛି ତାକୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଛି। ସୂଚନାଯୋଗ୍ୟ ଯେ ଜୁନ ୧୮ରେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ନାବାଳିକାର ସ୍ବାଭାବିକ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଥିଲା। କିନ୍ତୁ ତଦନ୍ତରେ ଏବେ ଆତ୍ମହତ୍ୟା ବୋଲି ପୁଲିସ ସ୍ପଷ୍ଟ କରିଥିବାବେଳେ ଘଟଣାର ୨ମାସ ପରେ ତଥ୍ୟ ସଂଗ୍ରହକୁ ନେଇ ବି ପୁଲିସ ଅଡୁଆରେ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe