ମହଙ୍ଗା ପଡ଼ିଲା ଟେକ୍ନିକାଲ ସହାୟକ ପରୀକ୍ଷା ପ୍ରଶ୍ନପତ୍ର ହ୍ୟାକ୍‌

Advertisment

୨ ଆରପିଏଫ୍‌ କନେଷ୍ଟବଳ ରାଜସ୍ଥାନରୁ ଗିରଫ

୨ ଆରପିଏଫ୍‌ କନେଷ୍ଟବଳ ରାଜସ୍ଥାନରୁ ଗିରଫ

ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ରାଉରକେଲା: ରାଜସ୍ଥାନ ଅଲବରନଗରରେ ବିଜୁଳି ନିଗମ ପକ୍ଷରୁ ଟେକ୍ନିକାଲ ସହାୟକ ପଦବୀରେ ଭର୍ତ୍ତି ପାଇଁ  ଚାଲିଥିଲା ଦ୍ବିତୀୟ ପର୍ଯ୍ୟାୟ ଅନ୍‌ଲାଇନ ପରୀକ୍ଷା। କମ୍ପୁଟର ଜରିଆରେ ଅନ୍‌ ଲାଇନ୍‌ ପ୍ରଶ୍ନପତ୍ରକୁ ହ୍ୟାକ୍‌ କରି ନକଲ କରିବା ଅପରାଧରେ ରାଉରକେଲାର ଦୁଇ ଆର୍‌ପିଏଫ୍‌ ଯବାନଙ୍କୁ ବିହାର ସାଇବର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଆର୍‌ପିଏଫ୍‌ ଯବାନ ଦ୍ବୟଙ୍କ ମଧ୍ୟରୁ ଜଣେ ଗତ ଅଗଷ୍ଟ ୧୫ରେ ଛୁଟି ନେଇ ରାଜସ୍ଥାନ ଯାଇଥିଲେ। ଅନ୍ୟ ଜଣେ ଗତ ଜୁଲାଇରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏହି ଘଟଣାରେ ବିହାର ପୁଲିସ ଅନ୍ୟ ୪ ଯୁବକଙ୍କୁ ମଧ୍ୟ ଗିରଫ କରିଛି। ଏମାନଙ୍କ ନିକଟରୁ ନଗଦ ୩ ଲକ୍ଷ ଟଙ୍କା ଓ ହ୍ୟାକିଂରେ ବ୍ୟବହୃତ କମ୍ପୁଟରଗୁଡ଼ିକୁ ମଧ୍ୟ ପୁଲିସ ଜବତ କରିଛି।

ରାଉରକେଲାର ଦୁଇ ଆର୍‌ପିଏଫ୍‌ କନେଷ୍ଟବଳ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଠାରୁ ୬-୬ ଲକ୍ଷ ଟଙ୍କା ନେଇ କମ୍ପୁଟର ଜରିଆରେ ପ୍ରଶ୍ନପତ୍ରକୁ ହ୍ୟାକ୍‌ କରି ନକଲ ପ୍ରଶ୍ନପତ୍ର ପ୍ରିଣ୍ଟ କରୁଥିଲେ। ପରେ ସେହି ପ୍ରଶ୍ନପତ୍ରକୁ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ଦେଉଥିଲେ। ତଦନ୍ତର ବାଧା ହେବା ଆଶଙ୍କାରେ ରେଳବାଇ ଅଧିକାରୀ ଏ ସଂକ୍ରାନ୍ତରେ ଅଧିକ କିଛି କହିବାନୁ ମନା କରିଦେଇଛନ୍ତି। ରାଜସ୍ଥାନ ଏଟିଏସ୍‌ ଆଇଜି ବିକାଶ କୁମାର କହିଛନ୍ତି, ପ୍ରଶ୍ନପତ୍ର ବଜାରରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା। କେଉଁଠି ପ୍ରଶ୍ନପତ୍ର ହ୍ୟାକ୍‌ ହେଉଛି ଜାଣିବାକୁ ସାଇବର ଏକ୍ସପର୍ଟଙ୍କ ସହଯୋଗ ଲୋଡାଯାଇଥିଲା। ପରେ ସେମାନଙ୍କ ଠିକଣା ଠାବ କରାଯାଇଥିଲା। ବିହର ସାଇବର ଥାନାର ସ୍ବତନ୍ତ୍ର ପୁଲିସ ଟିମ୍‌ ଘଟଣାସ୍ଥଳରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ରାଉରକେଲାର ଉପରୋକ୍ତ ଦୁଇ ଆର୍‌ପିଏଫ୍‌ କନେଷ୍ଟବଳ ଥିଲେ। ଗିରଫ ଦୁଇ ଆର୍‌ପିଏଫ୍‌ କନେଷ୍ଟବଳଙ୍କୁ ଦରକାର ପଡିଲେ ରିମାଣ୍ଡରେ ଆଣି ପଚରାଉଚୁରା କରିଯିବ ବୋଲି ଆଇଜି ଶ୍ରୀ କୁମାର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗଞ୍ଜେଇ ଚୋରା ଚାଲାଣର ରୢାକେଟକୁ ସହାୟତା କରିବା ମାମଲାରେ ନିକଟରେ ରାଉରକେଲାର ଏକାଧିକ ଆର୍‌ପିଏଫ୍‌ ଯବାନ ଧରା ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe