ବାଲିମେଳା ପାୱାର ହାଉସ୍‌ ୧ ନମ୍ବର ୟୁନିଟ୍‌ରେ ପରୀକ୍ଷାମୂଳକ ବିଦ୍ୟୁତ ଉତ୍ପାଦନ

Advertisment
ବାଲିମେଳା ପାୱାର ହାଉସ୍‌ ୧ ନମ୍ବର ୟୁନିଟ୍‌ରେ ପରୀକ୍ଷାମୂଳକ ବିଦ୍ୟୁତ ଉତ୍ପାଦନ

ଭୁବନେଶ୍ବର: ଆଜିଠାରୁ ବାଲିମେଳା ପାୱାର ହାଉସ୍‌ର ୧ ନମ୍ବର ୟୁନିଟ୍ ପରୀକ୍ଷାମୂଳକ ଭାବେ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଛି। ପରୀକ୍ଷା ସଫଳ ହେଲେ ଖୁବଶୀଘ୍ର ଏହାକୁ ବାଣିଜ୍ୟିକ ୟୁନିଟ୍ ଭାବରେ ବ୍ୟବହାର କରାଯିବ। ଫଳରେ ସର୍ବାଧିକ ବିଦ୍ୟୁତ ଆବଶ୍ୟକତାର ସଫଳ ପରିଚାଳନା ସମ୍ଭବ ହୋଇପାରିବ। ୟୁନିଟ୍-୧ରେ ବର୍ତ୍ତମାନ ଡିଜିଟାଲ୍ ନିୟନ୍ତ୍ରଣ ବ୍ୟବସ୍ଥା, ସାଂଖ୍ୟିକ ନିରାପତ୍ତା ଓ ସ୍କାଡା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଗତ ଡିସେମ୍ବର ୨୯ ତାରିଖରୁ ୟୁନିଟ୍-୨କୁ ପୁନରୁଦ୍ଧାର ଓ ଆଧୁନିକୀକରଣ ପରେ କାର୍ଯ୍ୟକ୍ଷମ କରାଯାଇଛି। ଖୁବ୍‌ଶୀଘ୍ର ୩ ଓ ୪ ନମ୍ବର ୟୁନିଟ୍‌ର ପୁନରୁଦ୍ଧାର ଓ ଆଧୁନିକୀକରଣ ଆରମ୍ଭ ହେବ ବୋଲି ଓଡ଼ିଶା ଜଳବିଦ୍ୟୁତ ନିଗମ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ମାଲକାନଗିରି ବାଲିମେଳାଠାରେ ପ୍ରତିଷ୍ଠିତ ୫୧୦ ମେଗାୱାଟ୍ କ୍ଷମତାବିଶିଷ୍ଟ ବାଲିମେଳା ପାୱାର ହାଉସ୍ ୧୯୭୩ ମସିହା ଅଗଷ୍ଟ ମାସରୁ ବିଦ୍ୟୁତ ଉତ୍ପାଦନ କରିଆସୁଛି। ଏହା ବହୁ ପୁରୁଣା ହୋଇଥିବାରୁ ୬ଟି ଯାକ ଉତ୍ପାଦନ ୟୁନିଟ୍‌ର ପର୍ଯ୍ୟାୟ କ୍ରମେ ଆଧୁନିକୀକରଣ ଯୋଜନା କରାଯାଇଥିଲା। ଏଥିପାଇଁ ୨୦୧୬ ମସିହା ସେପ୍ଟେମ୍ବର ୨୩ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ‘ଭେଲ୍ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe