କରୋନା ପାଇଁ ମନଇଚ୍ଛା ଔଷଧ ଖାଅନି, ପରାମର୍ଶ ଦେଲେ ବିଶେଷଜ୍ଞ

Advertisment
ଆଜିଠାରୁ ୧୭ ଜିଲ୍ଲାରେ ଏମ୍‌ଡିଏ କାର୍ଯ୍ୟକ୍ରମ, ରାଜ୍ୟର ୨.୯ କୋଟି ଲୋକଙ୍କୁ ଔଷଧ ପ୍ରଦାନ ଲକ୍ଷ୍ୟ

Firstpost

ଭୁବନେଶ୍ୱର : କରୋନା ପାଇଁ ବହୁ ଲୋକ ମନଇଚ୍ଛା ଔଷଧ ଖାଉଛନ୍ତି। ବିଶେଷ କରି ଗ୍ର‌ାମାଞ୍ଚଳରେ ଏହା ଅଧିକ ଦେଖାଯାଉଛି। ଏପରି ଔଷଧ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ। ସେମିତି ନ କରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବାକୁ ସ୍ବାସ୍ଥ୍ୟ ବିଭାଗର ବୈଷୟିକ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ପଣ୍ଡା କହିଛନ୍ତି ଯେ କରୋନା ଆକ୍ରାନ୍ତଙ୍କ ପାଇଁ ସମସ୍ତ କୋଭିଡ୍ ‌ହସ୍ପିଟାଲ୍‌ରେ ସ୍ବତନ୍ତ୍ର ଡାଏଲିସିସ୍‌ ବ୍ୟବସ୍ଥା କରାଯାଇଛି। ଗୃହ ପୃଥକବାସରେ ରହୁଥିବା ରୋଗୀ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ଅକ୍ସିଜେନ୍ ନେଇପାରିବେ। ଲକ୍ଷଣ ନ ଥିଲେ ଓ ରୋଗ ଗୁରୁତର ନ ଥିଲେ ଘରେ ରହି ଚିକିତ୍ସା ହୋଇପାରିବେ। ଜ୍ବର ଓ କାଶ ବଢ଼ିଲେ କିମ୍ବା ପତଳା ଝାଡ଼ା ହେଲେ କୋଭିଡ୍‌ ହସ୍ପିଟାଲ୍‌ ଯାଇପାରିବେ। ଛୋଟ ଛୋଟ ସମସ୍ୟା ପାଇଁ ହସ୍ପିଟାଲ୍‌ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ଦ୍ବାରା ରିସ୍କ ବଢ଼ିପାରେ ବୋଲି ଡାକ୍ତର ପଣ୍ଡା ସତର୍କ କରାଇଛନ୍ତି। କରୋନା ଆକ୍ରାନ୍ତ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଟିକା ଦେବା ବନ୍ଦ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଏସ୍‌ସିବି ମେଡିକାଲ କଲେଜର ପ୍ରଫେସର ଅନୁଜ ବଳିୟାରସିଂହ ଓ କେୟାର ହସ୍ପିଟାଲ୍‌ର ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର ତ୍ରିପାଠୀ କରୋନା ଆକ୍ରାନ୍ତ ହୋଇଥିବା ମଧୁମେହ ରୋଗୀ ଓ ହୃଦ୍‌ରୋଗୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe