ଘରୋଇ ବସ୍‌‌ରେ ଯାତ୍ରୀଙ୍କୁ ଶୋଷଣ

Advertisment

ପରିବହନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସମାଜବାଦୀ ପାର୍ଟି

ପରିବହନ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ସମାଜବାଦୀ ପାର୍ଟି

ଘରୋଇ ବସ୍‌‌ରେ ଯାତ୍ରୀଙ୍କୁ ଶୋଷଣ

Sambad English

ଭୁବନେଶ୍ବର : ଘରୋଇ ବସ୍‌ ମାଲିକଙ୍କ ଜୁଲୁମ୍‌ରୁ ସାଧାରଣ ଯାତ୍ରୀଙ୍କୁ ସୁରକ୍ଷା ଦେବା ତଥା ଘରୋଇ ବସ୍‌ଗୁଡ଼ିକ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରଣୟନ ପାଇଁ ସମାଜବାଦୀ ପାର୍ଟି ଦାବି କରିଛି। ଏହି ପରିପ୍ରେକ୍ଷୀରେ ନୂଆ ଭାବେ ପରିବହନ ବିଭାଗ ଦାୟିତ୍ବ ନେଇଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ମଙ୍ଗଳବାର ଦିନ ପାର୍ଟି ପକ୍ଷରୁ ଏକ ଚିଠି ଲେଖାଯାଇଛି। ବିଭିନ୍ନ ରୁଟ୍‌ରେ ଚାଲୁଥିବା ଘରୋଇ ବସ୍‌ଗୁଡ଼ିକୁ ଅଚାନକ ତନଖି କରିବା, ଯାତ୍ରୀମାନଙ୍କଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ବସ୍‌ଗୁଡ଼ିକର ପରମିଟ୍‌ ବାତିଲ୍‌ କରିବା, ସାଧାରଣ ଯାତ୍ରୀଙ୍କୁ ନ୍ୟାୟ ଦେବା, କେଉଁ ବସ୍‌ ସାଧାରଣ କିମ୍ବା ଏକ୍ସପ୍ରେସ୍‌, ଡିଲକ୍ସ ତାହା ସ୍ପଷ୍ଟ ଭାବେ ବୋର୍ଡରେ ଲେଖିବା ଏବଂ ବସ୍‌ରେ ଭଡ଼ା ଲେଖି ଝୁଲାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଉକ୍ତ ଚିଠିରେ ଦାବି ଜଣାଇଛନ୍ତି। ତେବେ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନନ‌େଲେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇି ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି।

ଶ୍ରୀ ବେହେରା ଯୁକ୍ତି ବାଢ଼ିଛନ୍ତି ଯେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଦୂରତା ୩୦ କିଲୋମିଟର। କିଲୋମିଟର ପିଛା ୮୯ ପଇସା ହିସାବରେ ଯାତ୍ରୀମାନେ ୨୭ ଟଙ୍କା ଦେବା କଥା‌। କିନ୍ତୁ ଘରୋଇ ବସ୍‌ର କଣ୍ଡକ୍ଟର୍‌ମାନେ ଜୋରଜବରଦସ୍ତି ଯାତ୍ରୀଙ୍କଠାରୁ ୪୦ ଟଙ୍କା ନେଉଛନ୍ତି। ଅପରପକ୍ଷେ ବରମୁଣ୍ଡା ହେଉ କି ସିଆର୍‌ପି କିମ୍ବା ଆଚାର୍ଯ୍ୟବିହାର, ବାଣୀବିହାର, ରସୁଲଗଡ଼; ଯାତ୍ରୀଟିଏ ଯେଉଁଠୁ ଉଠିଲେ ବି ତାଙ୍କଠାରୁ ଭଡ଼ା ବାବାଦକୁ ୪୦ଟଙ୍କା ଆଦାୟ କରାଯାଉଛି। ପ୍ରତିବାଦ କଲେ ବସ୍‌ ମାଲିକମାନଙ୍କର ଗୁଣ୍ଡାମାନଙ୍କ ଧମକଚମକ ଓ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। ପ୍ରତିଦିନ ହଜାର ହଜାର ଯାତ୍ରୀ ବସ୍‌ ମାଲିକଙ୍କ ଦ୍ବାରା ଶୋଷଣର ଶିକାର ହେଉଥିଲେ ହେଁ ପରିବହନ ବିଭାଗ ନିଦାବିଷ୍ଣୁ ସାଜିଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ପାର୍ଟି ପକ୍ଷରୁ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe