ବୋମା ଭିଡ଼ିବା ବେଳେ ବିସ୍ଫୋରଣ: ଜଣେ ମୃତ, ୨ ଗୁରୁତର

Advertisment

ଜନ୍ତୁ ଶିକାର ପାଇଁ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଝାଟକିପଶି ଗାଁରେ।

ଜନ୍ତୁ ଶିକାର ପାଇଁ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଝାଟକିପଶି ଗାଁରେ।

gnnnhh

କାମାକ୍ଷାନଗର: ଜନ୍ତୁ ଶିକାର ପାଇଁ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଝାଟକିପଶି ଗାଁରେ। ଆଜି ଅପରାହ୍ନରେ ଗାଁର କିଛି ଲୋକ ଶିକାର ଉଦ୍ଦେଶ୍ୟରେ ବୋମା ଭିଡ଼ୁଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ବୋମା ଭିଡ଼ୁଥିବା ତିନି ଜଣଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା।

ଜଣେ ମୃତ, ୨ ଗୁରୁତର 
ଗୁରୁତରଙ୍କୁ ହସ୍ପିଟାଲ ନେବା ବାଟରେ ଫାଟିଲା ଆମ୍ବୁଲାନ୍‌ସ ଚକ

ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣୁଥିଲେ। ତେବେ ବାଟରେ ଆମ୍ବୁଲାନ୍ସ ଚକ ଫାଟିଯିବା ଫଳରେ ଗୁରୁତରମାନଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଗୁରୁତର ଦେବେନ୍ଦ୍ର ଟିଉଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଗୁରୁତର ଭଞ୍ଜ ନାୟକ ଓ ବୁଲୁ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଶରୀରର ଅନେକ ଅଂଶ ପୋଡ଼ି ଯାଇଥିବା ବେଳେ ହାତ, ଗୋଡ଼ ଓ ଛାତିରେ ଗଭୀର ଆଘାତ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe