ବାଣ ତିଆରି ବେଳେ ବିସ୍ଫୋରଣ; ୩ ଗୁରୁତର ଆହତ

ବାଣ ତିଆରି ବେଳେ ବିସ୍ଫୋରଣ; ୩ ଗୁରୁତର ଆହତ

ରସୁଲପୁର: ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଯୋଗୁଁ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖୋସାଲପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ବାଣ ବିସ୍ଫୋରଣରେ ସିଦ୍ଧେଶ୍ବର ପାଗଡ଼, ଧନେଶ୍ବର ପାଗଡ଼ ଏବଂ ଓମ୍ ପ୍ରକାଶ ଜେନା ଆହତ ହୋଇଛନ୍ତି।

ଆହତମାନଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। କୁଆଖିଆ ପୁଲିସ ଡାକ୍ତରଖାନା ଏବଂ ଖୋସାଲପୁର ଗ୍ରାମକୁ ଯାଇ ତଦନ୍ତ କରିଛି।

ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଆହତଙ୍କ ପରିବାର ପକ୍ଷରୁ ଏତଲା ଦିଆନଗଲେ ପୁଲିସ ନିଜଆଡୁ ମାମଲା ରୁଜୁ କରିବ ବୋଲି ଏସ୍‌ଆଇ ହେମଲତା ଦାସ କହିଛନ୍ତି। ଏହି ଗ୍ରାମରେ ବର୍ଷ ସାରା ବେଆଇନ ବାଣ ତିଆରି ଚାଲିଥାଏ। ପୁଲିସ ସବୁ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe