କୋରାପୁଟ : ଅଟୋରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

କୋରାପୁଟ : ଅଟୋରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

କୋରାପୁଟ : ଲକ୍‌ଡାଉନ୍ ସତ୍ତ୍ବେ ଚୋରା ଚାଲାଣ ହେଉଥିଲା ବିପୁଳ ପରିମାଣର ବିସ୍ଫୋରକ। ପୁଲିସର ସନ୍ଦେହୀ ନଜରକୁ ଏଡ଼ାଇବା ପାଇଁ ଚାଲାଣ ନିମନ୍ତେ ଗୋଟିଏ ଯାତ୍ରୀବାହୀ ଅଟୋରିକ୍ସାକୁ ବ୍ୟବହାର କରାଯାଇଥିଲା। ଏହାକୁ କିଏ ଚାଲାଣ କରୁଥିଲା ଏବଂ କେଉଁ ଅଞ୍ଚଳକୁ ଯାଉଥିଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ତେଣୁ ପୁଲିସ ପକ୍ଷରୁ ତନାଘନା ଚାଲିଥିବା ବେଳେ ଜଣଙ୍କୁ ଗିରଫ କରି ପଚରାଉଚୁରା କରାଯାଉଛି।

ସୂଚନା ଅନୁଯାୟୀ, ସେମିଳିଗୁଡ଼ା ପୁଲିସ ପାଟ୍ରୋଲିଂ ସମୟରେ ଗୋଟିଏ ଅଟୋରିକ୍ସା (ଓଡି ୧୦ଡି ୭୦୩୫)ଉପରେ ନଜର ପଡ଼ିଥିଲା। ଖୁନ୍ଦାଖୁନ୍ଦି ହୋଇ ଯାତ୍ରୀ ବସିଥିବାରୁ ପୁଲିସର ସନ୍ଦେହ ହୋଇଥିଲା। ତେଣୁ ଅଟକାଇବାକୁ ଚେଷ୍ଟା କରିବାରୁ ୧୦ଜଣ ଅଟୋରୁ ଓହ୍ଲାଇ ଚମ୍ପଟ ମାରିଥିଲେ। ଯାହାକି ପୁଲିସର ସନ୍ଦେହକୁ ବଢ଼ାଇଥିଲା। ପିଛା କରି ଜଣଙ୍କୁ ପୁଲିସ କାବୁ କରିବା ସହ ଅଟୋକୁ ଭଲ ରୂପେ ଯାଞ୍ଚ କରିଥିଲା। ୧୦ଟି ଡିଟୋନେଟର, ୨୧ଟି ଇଲେକ୍ଟ୍ରିକ୍‌ ଡିଟୋନେଟର, ୨୫ଏମଏମ ଜି‌ଲୋଟିନ ଷ୍ଟିକ, ୧୭ଟି ଇଲେକ୍ଟ୍ରିକ‌ାଲ ଚାର୍ଜର, ୨୦ ମିଟର ତା‌ର, ଗୋଟିଏ ମଶାରି ଓ ଗୋଟିଏ ମାଛ ଧରା ଜାଲ ଏହି ଅଟୋରେ ଚାଲାଣ ହେଉଥିଲା। ଘଟଣାସ୍ଥଳରୁ ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସେମିଳିଗୁଡ଼ା ଥାନା ପାକଝୋଲା ଗ୍ରାମର ସଂଜୟ କୁମାର ନାୟକ (୨୯) ବୋଲି ପୁଲିସ ସୂଚନା ଦେଇଛି। ଏ ନେଇ ସେମିଳିଗୁଡ଼ା ଥାନା ପୁଲିସ ୩୩/୨୦ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe