ବ୍ରଜରାଜନଗର: ଟାଟାନଗରରୁ ଇତୱାରୀ ପର୍ଯ୍ୟନ୍ତ ଚାଲୁଥିବା ଟାଟା -ଇତୱାରୀ ଯାତ୍ରୀବାହୀ ଟ୍ରେନ୍କୁ ଏକ୍ସପ୍ରେସ ଟ୍ରେନ ଭାବେ ଘୋଷଣା କରାଯିବାକୁ ଲୋକେ ବିରୋଧ କରିଛନ୍ତି। ଏହି ଟ୍ରେନ୍ଟି ଛୋଟ ବ୍ୟବସାୟୀଙ୍କ ପାଇଁ ଏକ ସୁବିଧାଜନକ ଟ୍ରେନ୍ ଥିଲା। କରୋନା ସମୟରେ ଏହି ଟ୍ରେନ୍ଟିକୁ ବନ୍ଦ କରାଯାଇଥିଲା। ଏବେ ଏହି ଟ୍ରେନ୍ ପୁଣି ଆରମ୍ଭ ହେଉଛି। ଅଗଷ୍ଟ ୨୫ ତାରିଖରୁ ଏହା ଏକ୍ସପ୍ରେସ ଟ୍ରେନ୍ ଭାବେ ଚଳାଚଳ କରିବ। ତେବେ ରେଳ ବୋର୍ଡ ଓ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ବିଲାସପୁର ଡିଭିଜନ୍ କାହିଁକି ଏହି ନିଷ୍ପତ୍ତି ନେଇଛି ଏହାଉପରେ ରେଳ ଉପଭୋକ୍ତା କମିଟି ସଭ୍ୟ ଅମରେନ୍ଦ୍ର ରାୟ ପ୍ରଶ୍ନ ଉଠାଇଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ରାୟ କହିଛନ୍ତି। ବ୍ରଜରାଜନଗର ଏବଂ ବେଲପାହାଡ଼ର ଲୋକମାନଙ୍କ ପାଇଁ ଇବ୍ ଷ୍ଟେସନରୁ ଆସିବା ପାଇଁ କୌଣସି ସୁବିଧା ନାହିଁ। ଏହି ଟ୍ରେନ୍କୁ କେବଳ ପାସେଞ୍ଜର ଟ୍ରେନ ଭାବରେ ଚଳାଇବାକୁ ସେ ଦାବି କରିଛନ୍ତି। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ବିଲାସପୁର ଡିଭିଜନ ଓ ରେଳ ବୋର୍ଡ ନୂଆଦିଲ୍ଲୀକୁ ଶ୍ରୀ ରାୟ ଚିଠି ମାଧ୍ୟମରେ ଏହି ଦାବି ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us