ଜୀବଜଗତର ସତ୍ତାକୁ ବଜାୟ ରଖିବାକୁ ହେଲେ ବ୍ୟାପକ ବନୀକରଣ ଆବଶ୍ୟକ: ବନବିଭାଗ ଓ ସମ୍ବାଦ ଆମ ଓଡିଶା ମିଳିତ ସହଯୋଗରେ ୧୦ହଜାର ଚାରା ରୋପାଣ

ପୃଥିବୀରେ ଜୀବଜଗତର ସତ୍ତାକୁ ବଜାୟ ରଖିବାକୁ ହେଲେ ବ୍ୟାପକ ବନୀକରଣ ସାଙ୍ଗକୁ ଏହାର ରକ୍ଷଣାବେକ୍ଷଣ ହିଁ ଏକମାତ୍ର ବଳିଷ୍ଠ ମାଧ୍ୟମ। ନୟାବସନ୍ତପୁର ସଂରକ୍ଷିତ ଜଙ୍ଗଲରେ ୧୦ହଜାର ଚାରା ରୋପାଣ କରାଯାଇଛି। ବୈଶିଙ୍ଗା ସମ୍ବାଦ ସାହିତ୍ୟ ଘର ବନବିଭାଗକୁ ସହଯୋଗର ହାତ ବଢ଼ାଇଛନ୍ତି...

10,000 saplings planted  Forest Department in collaboration with  Sambad Aama Odisha

10,000 saplings planted Forest Department in collaboration with Sambad Aama Odisha Photograph: (sambad.in)

ବୈଶିଙ୍ଗା: ବନବିଭାଗ ଓ ସମ୍ବାଦ ଆମ ଓଡିଶା ମିଳିତ ସହଯୋଗରେ ୭୬ତମ ବନମହୋତ୍ସବ ଅବସରରେ ବେତନଟୀ ରେଞ୍ଜ ବୈଶିଙ୍ଗା ସେକ୍ସନ ଅଧୀନ ମଛପଦା ଗ୍ରାମ ଉପକଣ୍ଠ ନୟାବସନ୍ତପୁର ସଂରକ୍ଷିତ ଜଙ୍ଗଲରେ ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ବନଖଣ୍ଡ ଅଧିକାରୀ ଆମଜୁରେ ଉମା ମହେଶ ଯୋଗଦେଇ ବୃକ୍ଷରୋପଣ କରିବା ସହିତ ବ୍ୟାପକ ବନୀକରଣ ସାଙ୍ଗକୁ ଏହାର ରକ୍ଷଣାବେକ୍ଷଣକୁ ନେଇ ସାମୁହିକ ଶପଥପାଠ କରାଯାଇଥିଲା।

ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନ ଓ ସ୍ଥାନୀୟ ସମ୍ବାଦ ଓ କନକ ନିୟୁଜ ପ୍ରତିନିଧି ଦୀପକ କୁମାର ସିଂହଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟ କ୍ରମରେ ମୁଖ୍ୟଅତିଥି ଭାବେ ବାରିପଦା ଡିଏଫଓ ଆମୂଜରେ ଉମା ମହେଶ ଯୋଗ ଦେଇଥିବାବେଳେ ବୈଶିଙ୍ଗା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ହିମାଂଶୁ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।  

ସ୍ଥାନୀୟ ବନପାଳ ଦୀପକ କୁମାର ପାତ୍ର ପରିଚାଳନା ଦାୟୀତ୍ବ ତୁଲାଇଥିବା ବେଳେ ବ୍ୟାପକ ବନୀକରଣ ସାଙ୍ଗକୁ ଏହାର ରକ୍ଷଣାବେକ୍ଷ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଜଳବାୟୁ ପରିବର୍ତ୍ତନ ସମସ୍ୟା ଓ ଏଥ‌ିରେ ଆସିଥିବା ଅସନ୍ତୁଳତା ତଥା ଅସ୍ଥିରତା ସାମ୍ପ୍ରଭିକ ସମାଜରେ ସମଗ୍ର ବିଶ୍ବସମୁଦାୟ ପାଇଁ ଏକ ବଡ ଆହ୍ବାନ ହୋଇ ଉଭା ହୋଇଛି । 

ପୃଥିବୀରେ ଜୀବଜଗତର ସତ୍ତାକୁ ବଜାୟ ରଖିବାକୁ ହେଲେ ବ୍ୟାପକ ବନୀକରଣ ସାଙ୍ଗକୁ ଏହାର ରକ୍ଷଣାବେକ୍ଷଣ ହିଁ ଏକମାତ୍ର ବଳିଷ୍ଠ ମାଧ୍ୟମ ବୋଲି ମତପ୍ରକାଶ ପାଇଥିଲା ।

ସୂଚନାଯୋଗ୍ୟ, ଏହି ସ୍ଥାନରେ ମୋଟ ୧୦ ହେକ୍ଟର ଜାଗାରେ ବିଭିନ୍ନ କିସମର ମୋଟ ୧୦ହଜାର ଚାରା ଗଛ ଲଗାଯିବାର ବ୍ୟବସ୍ଥା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜାଇକା ସଂଯୋଜକ ନିହାରରଞ୍ଜନ ସାମଲ, ଅଁଳା ସମ୍ବାଦ ପ୍ରତିନିଧି ଯୋଗେଶ୍ୱର ଦାସ, ବେତନଟୀ ବନପାଳ ପ୍ରଦୀପ ଦେହୁରୀ, ବନରକ୍ଷୀ ସସ୍ମିତା ଦଳେଇ, ଜୟନ୍ତୀ ପାତ୍ର, ସସ୍ମିତା ଶତପଥୀ, ଉତ୍ତମ ଦାସ, ରଞ୍ଜନ ସେଠୀଙ୍କ ସହିତ ମଛପଦା ବନ ସୁରକ୍ଷା ସମିତିର ସଭାପତି ଧ୍ରୁବଚରଣ ସିଂ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟ/ସଦସ୍ୟାଗଣ ଉପସ୍ଥିତ ଥିଲେ । ପରିଚାଳନାରେ ରେଞ୍ଜ କାର୍ଯ୍ୟାଳୟର କର୍ମଚାରୀମାନେ ସକ୍ରିୟ ଦାୟିତ୍ଵ ସମ୍ପାଦନ କରିଥିଲେ।

Mayurbhanj afforestation | Sambad Aama Odisha 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe