ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍ ପଦ୍ମନପୁର ପଞ୍ଚାୟତ ବଡ଼ଖଲିଗାଁରେ ଗତକାଲି କାଳବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। କାଳବୈଶାଖୀ ଯୋଗୁଁ ଗ୍ରାମର ମୟସେନ ରଣାଙ୍କ ଘର ପାଖରେ ଥିବା ଏକ ଜାମୁ ଗଛ ଭାଙ୍ଗି ଘର ଉପରେ ପଡ଼ିଯିବାରୁ ତାଙ୍କ ଛପର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ସେହିପରି ରଘୁନାଥ ବାରିକଙ୍କ ଘରର ଆଜ୍ବେଷ୍ଟସ୍ ଭାଙ୍ଗି ଯାଇଥିବା ବେଳେ ଅନେକ ବ୍ୟକ୍ତିଙ୍କ ଘରର ନଡ଼ା ଛାଉଣି ସଂପୂର୍ଣ୍ଣ ଉଡ଼ାଇ ନେଇଥିଲା। ଆଜି ସଂଧ୍ୟାସୁଦ୍ଧା ରାଜସ୍ବ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନଥିବାରୁ ଅସନ୍ତୋଷ ଦେଖା​ ଦେଇଛି। ରାଜସ୍ବ ବିଭାଗ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ବଡ଼ଖଲିଗାଁରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି
Advertisment
Follow Us