ବାହ୍ୟ ମଳମୁକ୍ତ ଗ୍ରାମ ରାଜ୍ୟ: ଶ୍ରେଷ୍ଠ ୫ରେ ଓଡ଼ିଶା

Advertisment

ଏକ ଲକ୍ଷରୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍‌) ଗ୍ରାମ ଲକ୍ଷ୍ୟକୁ ହାସଲ କଲା ଭାରତ

ଏକ ଲକ୍ଷରୁ ଅଧିକ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍‌) ଗ୍ରାମ ଲକ୍ଷ୍ୟକୁ ହାସଲ କଲା ଭାରତ

‘ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ’ର ସଫଳତା: ନିର୍ମାଣ ହୋଇଛି ୧୧ କୋଟି ପାଇଖାନା ଓ ୨.୨୩ ଲକ୍ଷ ଗୋଷ୍ଠୀ ଶୌଚାଳୟ

Pinterest

ଭୁବନେଶ୍ବର : ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ - ଗ୍ରାମୀଣ (ଏସ୍‌ବିଏମ୍ - ଜି) ଆଜି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ୧,୦୧,୪୬୨ ଟି ଗ୍ରାମ ନିଜକୁ ବାହ୍ୟ ମଳମୁକ୍ତ (ଓଡିଏଫ୍ ପ୍ଲସ୍‌) ଗ୍ରାମ ଭାବେ ଘୋଷଣା କରିଛନ୍ତି । ଶୀର୍ଷ ପ୍ରଦର୍ଶନ କରିଥିବା ପ୍ରଥମ ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନ ପାଇଛି।

ପ୍ରାୟ ଆଠ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀରରୁ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତି ତାଙ୍କର ୧୫୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଦେଶକୁ ବାହ୍ୟ ମଳମୁକ୍ତ କରିବା। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶ ବିଶ୍ୱର ସବୁଠାରୁ ବୃହତ୍ ଆଚରଣ ପରିବର୍ତ୍ତନକାରୀ ଅଭିଯାନରେ ନିଜର ଲକ୍ଷ୍ୟ ହାସଲ ମଧ୍ୟ କଲା। ୨ ଅକ୍ଟୋବର ୨୦୧୯ରେ ମିଳିତ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ଏସ୍‌ଡିଜି - ୬ ଲକ୍ଷ୍ୟର ୧୧ ବର୍ଷ ପୂର୍ବରୁ ଗ୍ରାମୀଣ ଭାରତ ବାହ୍ୟ ମଳ ମୁକ୍ତ ହୋଇଥିଲା।

ଏସ୍‌ବିଏମ୍ - ଜିର ଦ୍ୱିତୀୟ ପର୍ଯ୍ୟାୟ ହେଉଛି, ସମସ୍ତ ପ୍ରକାରର ବର୍ଜ୍ୟ ବସ୍ତୁକୁ ସଠିକ୍ ଭାବରେ ପରିଚାଳନା କରିବା। ଯାହା କେବଳ ଗାଁକୁ ପରିଷ୍କାର କରିବ ନାହିଁ, ବରଂ ଗ୍ରାମାଞ୍ଚଳର ପରିବାରଗୁଡିକ ନିମନ୍ତେ ଆୟ ସୃଷ୍ଟି କରିବ ଏବଂ ନୂତନ ଜୀବିକାର୍ଜନ ସୁଯୋଗ ନିମନ୍ତେ ପରିସର ସୃଷ୍ଟି କରିବ। ଏହି କ୍ଷେତ୍ରରେ ଜୈବ ବିଘଟନକାରୀ ଆବର୍ଜନା ପରିଚାଳନା (ବିଡବ୍ଲ୍ୟୁଏମ୍‌) , ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା (ପିଡବ୍ଲ୍ୟୁଏମ୍‌), ମଇଳା ଜଳ ପରିଚାଳନା (ଜିଡବ୍ଲ୍ୟୁଏମ୍‌) ଏବଂ ମଳ ଜନିତ ପଙ୍କ ପରିଚାଳନା (ଏଫ୍‌ଏସ୍‌ଏମ୍‌) ଆହ୍ବାନ ସୃଷ୍ଟି କରିଛି। ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟଗୁଡ଼ିକରେ ଥିବା ପ୍ରଥମ ପାଂଚଟି ରାଜ୍ୟ ମଧ୍ୟରେ ତେଲେଙ୍ଗାନା, ତାମିଲନାଡ଼ୁ, ଓଡ଼ିଶା, ଉତ୍ତର ପ୍ରଦେଶ ଏବଂ ହିମାଚଳ ପ୍ରଦେଶ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe