(Representational immage) )Times of India
ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବିଇଓଙ୍କ କାର୍ଯ୍ୟାଳୟ ନିକଟରୁ ଆଜି ଅପରାହ୍ଣ ଦେଢ ଟାରେ ଅବସରପ୍ରାପ୍ତ ଶିକ୍ଷକ ଗୋପବନ୍ଧୁ ବେଜଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
ଶ୍ରୀ ବେଜ ହରିଚନ୍ଦନପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ୩ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ରଖି ବାଇକରେ ବ୍ୟାଙ୍କ ଅଫ ଇଣ୍ଡିଆକୁ ଜମା କରିବା ପାଇଁ ଯାଉଥିଲେ। ରାସ୍ତାରେ ବିଇଓଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ଗଛ ମୂଳରେ ବାଇକ ରଖି ପରିଶ୍ରା କରିବା ପାଇଁ ଯାଇଥିଲେ।
ବ୍ୟାଙ୍କରୁ ବାଇକରେ ପିଛା କରୁଥିବା ଦୁଇ ଜଣ ଯୁବକ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଟଙ୍କା ବ୍ୟାଗ ଧରି ପଳାଇଥିବା ଦୁର୍ବୃତ୍ତକୁ ପାଖରେ ଥିବା ନୋଡାଲ ସ୍କୁଲର ଦୁଇ ଜଣ ଛାତ୍ରୀ ଦେଖିଥିଲେ। ଖବର ପାଇ ହରିଚନ୍ଦନପୁର ପୁଲିସ ବ୍ୟାଙ୍କର ସିସି କ୍ୟାମେରା ଦୁଇ ଛାତ୍ରୀଙ୍କୁ ଦେଖାଇଥିଲେ। ଯିଏ ବ୍ୟାଗ ଚୋରି କରିଛି ଛାତ୍ରୀ ଦୁଇଜଣ ଚିହ୍ନଟ କରିଥିଲେ। ଥାନାର ଏସଆଇ ସୁରେଶ କୁମାର ମାଝି, ଏସଆଇ ସଞ୍ଜୟ କୁମାର ବେହେରା ପ୍ରମୁଖ ସେମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି।
Follow Us