India TV News
କେନ୍ଦୁଝର : ବର୍ଷ ବର୍ଷ ଧରି ସାରଦା ଖଣି କର୍ତ୍ତୃପକ୍ଷ ଓ ସରକାରଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଗତ ୨୮ ତାରିଖରୁ ପୁଣି ଏହି ଖଣିରୁ ଲୁହାପଥର ଉତ୍ତୋଳନ ଓ ପରିବହନ ବନ୍ଦ ପାଇଁ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଦୀର୍ଘଦିନ ଧରି ବନ୍ଦ ରହିବା ପରେ ଖୋଲା ଯାଇଥିବା ଏହି ଖଣିର ଭବିଷ୍ୟତ ପୁଣି ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି।
ଖଣି ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା ଅନୁସାରେ, ସାରଦା ଖଣି (ଠାକୁରାଣୀ-ବି)ର ଲିଜ୍ ଅବଧି ଆସନ୍ତା ଅଗଷ୍ଟ ୧୩ ତାରିଖରେ ଶେଷ ହେବ। ଏହି ସମୟ ମଧ୍ୟରେ ମୋଟ ୪ ନିୟୁତ ମେଟ୍ରିକ୍ ଟନ୍ ଲୁହାପଥର ଉତ୍ତୋଳନ ପାଇଁ ଅନୁମତି ମିଳିଥିଲା। ହେଲେ ଏହି ଖଣିରୁ ୬ ନିୟୁତ ମେଟ୍ରିକ ଟନ୍ ଲୁହାପଥର ଉତ୍ତୋଳନ କରାଯାଇଛି। ଏନେଇ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଖଣି କର୍ତ୍ତୃପକ୍ଷଙ୍କୁ ନୋଟିସ କରି ଖଣିଜ ଉତ୍ତୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୋଡ଼ା ଖଣି ମଣ୍ଡଳର ଯୁଗ୍ମ ନିର୍ଦ୍ଦେଶକ ସଲିଳ ବେହେରା ସୂଚନା ଦେଇଛନ୍ତି।
ସେହିପରି ପୂର୍ବରୁ ୨୦୧୨ରୁ ୨୦୧୪ ମସିହା ମଧ୍ୟରେ ଚୁକ୍ତି ମୁତାବକ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡକୁ ଲୁହାପଥର ବିକ୍ର କରିବା କଥା। ମାତ୍ର ଅନିୟମିତତା ପାଇଁ ଦୀର୍ଘବର୍ଷ ଧରି ଏହି ଖଣି ବନ୍ଦ ହୋଇପଡ଼ିଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ୨୦୨୦ ଫେବ୍ରୁଆରି ମାସରୁ ଖଣିଜ ଉତ୍ତୋଳନ ଆରମ୍ଭ ହୋଇଥିଲା।
Follow Us