ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ଗଣକବି ବୈଷ୍ଣବ ପାଣି: ଅସିତ୍‌ ମହାନ୍ତି

Advertisment
ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ଗଣକବି ବୈଷ୍ଣବ ପାଣି: ଅସିତ୍‌ ମହାନ୍ତି

Odisha E Store

ମାହାଙ୍ଗା : ଗ୍ରାମ୍ୟ ନାଟକ କ୍ଷେତ୍ରରେ ଅସାଧାରଣ ପ୍ରତିଭାର ଅଧିକାରୀ ଥିଲେ ଗଣକବି ବୈଷ୍ଣବ ପାଣି। ଗଣକବିଙ୍କ ଗୀତିନାଟ୍ୟ, ଗୀତା ଅଭିନୟ, ସୁଆଙ୍ଗ କାବ୍ୟ କବିତା ଆଦି ପୁରପଲ୍ଲୀର ସାଧାରଣ ମଣିଷଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ବିଦଗ୍ଧ ଲୋକମାନଙ୍କୁ ବେଶ୍‌ ପ୍ରଭାବିତ କରିପାରିଥିଲା ବୋଲି ପୌରୁଷର ସମ୍ପାଦକ ତଥା ବିଶିଷ୍ଟ ସ୍ତମ୍ଭକାର ଅସିତ୍‌ ମହାନ୍ତି ମତବ୍ୟକ୍ତ କରିଛନ୍ତି। ଆଜି ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ କୁଆଁପାଳରେ ଜଳେଶ୍ବରପୁର-ଶ୍ରୀକୃଷ୍ଣପୁର ଉନ୍ନୟନ ପରିଷଦ ଓ ଉତ୍କଳ ଗଣକବି ବୈଷ୍ଣବ ପାଣି ସ୍ମୃତି ସ˚ସଦ ଆନୁକୂଲ୍ୟରେ ଆୟୋଜିତ ଗଣକବି ବୈଷ୍ଣବ ପାଣିଙ୍କ ୧୩୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତି କହିଲେ ଯେ ଗଣକବିଙ୍କ ପଛରେ ଜନସମର୍ଥନ ରହିଥିଲା। ସେ ୧୩୮ବର୍ଷ ପରେ ମଧ୍ୟ ଅମର ହୋଇ ରହିଛନ୍ତି। ତାଙ୍କର କୀର୍ତ୍ତି ଓ କୃତୀ ଆଜି ମଧ୍ୟ ଆଲୋଚିତ ହେବା ସହ ଓଡ଼ିଆ ସାହିତ୍ୟ ଓ ସ˚ସ୍କୃତିକୁ ଉଜ୍ଜୀବିତ କରି ରଖିଛି। ଗଣକବି ବୈଷ୍ଣବ ପାଣି ପ୍ରାଚୀନ ଓଡ଼ିଆ ଯାତ୍ରାକୁ ଆଧୁନିକ ଯାତ୍ରାର ରୂପ ଦେବାରେ ସଫଳ ବିନ୍ଧାଣି ଥିଲେ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ˚ସଦର ସଭାପତି ପ୍ରଫେସର ଡକ୍ଟର କାର୍ତ୍ତିକେଶ୍ବର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଗଣଚେତନା ଓ ଗଣଜୀବନର ବାର୍ତ୍ତାବହ ଥିଲେ ଗଣକବି ବୈଷ୍ଣବ ପାଣି। ତାଙ୍କଦ୍ବାରା ରଚିତ କାବ୍ୟ କବିତାରେ ସେ ତତ୍କାଳୀନ ସାମାଜିକ ଚିତ୍ରକୁ ପରିପ୍ରକାଶ କରିବା ସହ ଲୋକଙ୍କୁ ସଚତେନତାର ବାର୍ତ୍ତା ଦେଉଥିଲେ ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ। ପୂର୍ବତନ ପ୍ରଦେଶ କ˚ଗ୍ରେସ କମିଟି ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ବିଶିଷ୍ଟ ଅତିଥି, ଅଧ୍ୟାପକ ଡକ୍ଟର ଯଚିନ୍ଦ୍ର ରାଉତ ମୁଖ୍ୟବକ୍ତା, ‘ଆଗାମୀ ଶତାବ୍ଦୀର ପରିଚାଳନା ସମ୍ପାଦକ ଶେଖ୍‌ ମାସୁଦ୍‌ ଅଲ୍ଲୀ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଗଣକବି ବୈଷ୍ଣବ ପାଣିଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ। ପଣ୍ଡିତ ପ୍ରଭାତ କର ପାରମ୍ଭିକ ସୂଚନା ଦେଇଥିବା ବେଳେ ଆଇନଜୀବୀ ଦୀପକ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ରବୀନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe