Governor Of Odisha: ଚକ୍ଷୁ ଦାନ ଉପରେ ଜନସଚେତନତା ବୃଦ୍ଧି ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

Advertisment

ଚକ୍ଷୁ ଦାନ ହେଉଛି ନିରାପଦ, ମହତ୍ତ୍ୱପୂର୍ଣ୍ଣ ଏବଂ ଜୀବନ ପରିବର୍ତ୍ତନକାରୀI ଏ ଦିଗରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଗୋଷ୍ଠୀ ସଂଗଠନ, ଧାର୍ମିକ ଅନୁଷ୍ଠାନ ଏବଂ ଯୁବ ସମୁଦାୟମାନଙ୍କୁ ଚକ୍ଷୁ ଦାନର ମହତ ମୂଲ୍ୟ ଉପରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା...

ଚକ୍ଷୁ ଦାନ ହେଉଛି ନିରାପଦ, ମହତ୍ତ୍ୱପୂର୍ଣ୍ଣ ଏବଂ ଜୀବନ ପରିବର୍ତ୍ତନକାରୀI ଏ ଦିଗରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଗୋଷ୍ଠୀ ସଂଗଠନ, ଧାର୍ମିକ ଅନୁଷ୍ଠାନ ଏବଂ ଯୁବ ସମୁଦାୟମାନଙ୍କୁ ଚକ୍ଷୁ ଦାନର ମହତ ମୂଲ୍ୟ ଉପରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା...

governor

ଭୁବନେଶ୍ୱର: ଚକ୍ଷୁ ଦାନ ହେଉଛି ନିରାପଦ, ମହତ୍ତ୍ୱପୂର୍ଣ୍ଣ ଏବଂ ଜୀବନ ପରିବର୍ତ୍ତନକାରୀI ଏ ଦିଗରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଗୋଷ୍ଠୀ ସଂଗଠନ, ଧାର୍ମିକ ଅନୁଷ୍ଠାନ ଏବଂ ଯୁବ ସମୁଦାୟମାନଙ୍କୁ ଚକ୍ଷୁ ଦାନର ମହତ ମୂଲ୍ୟ ଉପରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି I ସୋମବାର ଦିନ ଭୁବନେଶ୍ୱର ପଟିଆସ୍ଥିତ ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍‌ରେ “ଗିଫ୍ଟ ଅଫ୍ ସାଇଟ୍” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏହି ଆହ୍ୱାନ ଜଣାଇଛନ୍ତି I

ଏହି ଅବସରକୁ ଏକ ଗର୍ବିତ ଓ ଗଭୀର ଭାବପ୍ରବଣ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ “ଗିଫ୍ଟ ଅଫ୍ ସାଇଟ୍” କାର୍ଯ୍ୟକ୍ରମ ଅଧୀନରେ ୨୦,୦୦୦ କର୍ଣ୍ଣିଆ ସଂଗ୍ରହ କେବଳ ଏକ ସଂଖ୍ୟାତ୍ମକ ସଫଳତା ନୁହେଁ, ବରଂ ମାନବିକତା, ଦୟା ଓ ନିଃସ୍ୱାର୍ଥ ସେବାର ଉତ୍ସବ। ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ “ଜୀବନ ଏକ ମୂଲ୍ୟବାନ ଉପହାର, କିନ୍ତୁ ଅନ୍ଧତ୍ୱ ଜୀବନକୁ ଦୈନନ୍ଦିନ ସଂଘର୍ଷରେ ପରିଣତ କରିଦିଏ, ଯାହା ଶିକ୍ଷା, ନିଯୁକ୍ତି, ମର୍ଯ୍ୟାଦା ଓ ସାମାଜିକ ଅଂଶଗ୍ରହଣକୁ ପ୍ରଭାବିତ କରେ। ଦୃଷ୍ଟି ପୁନଃପ୍ରାପ୍ତି କେବଳ ଏକ ଚିକିତ୍ସା କାର୍ଯ୍ୟ ନୁହେଁ, ବରଂ ଆଶା ଓ ସ୍ୱାଧୀନତାର ପୁନରୁଦ୍ଧାର ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ ।

କର୍ଣ୍ଣିଆ ଦାନକୁ ସର୍ବୋତ୍ତମ ପବିତ୍ର ସେବାର ମାଧ୍ୟମ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, କର୍ଣ୍ଣିଆ ଦାନ ଦ୍ୱାରା ଗୋଟିଏ ପରିବାରର ଉଦାରତା ଅନ୍ୟ ଜଣଙ୍କ ଭାଗ୍ୟ ପରିବର୍ତ୍ତନ କରିଥାଏ। ଚକ୍ଷୁ ଦାନ ଜୀବନ ବ୍ୟାପି ମାନବ ଜାତିର ସେବା କରିବାରେ ବିଶ୍ୱାସର ପ୍ରତୀକ ଏବଂ ଦୟା ଓ ନିଃସ୍ୱାର୍ଥତାରେ ଆଧାର ହୋଇଥାଏ ।

୨୦,୦୦୦ କର୍ଣ୍ଣିଆ ସଂଗ୍ରହର ସଫଳତାକୁ ଅସାଧାରଣ ବୋଲି ବର୍ଣ୍ଣନା କରି ରାଜ୍ୟପାଳ କହିଥିଲେ ଯେ ଏହା ନିରନ୍ତର ସଚେତନତା ପ୍ରୟାସ, ସମ୍ବେଦନଶୀଳ ପରାମର୍ଶ ଏବଂ ଶୋକଗ୍ରସ୍ତ ପରିବାରଙ୍କ ବିଶ୍ୱାସର ଫଳସ୍ୱରୂପ। ନୈତିକ ଓ ସମୟୋପଯୋଗୀ ପଦକ୍ଷେପ ମାଧ୍ୟମରେ କର୍ଣ୍ଣିଆ ଦାନର ପରିମାଣ ଓ ଗୁଣବତ୍ତାକୁ ଉନ୍ନତ କରିବା ପାଇଁ  ହସ୍ପିଟାଲ କର୍ଣ୍ଣିଆ ରିଟ୍ରିଭାଲ ପ୍ରୋଗ୍ରାମକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।

ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍, ଭୁବନେଶ୍ୱର ଏବଂ ଦୃଷ୍ଟି ଦାନ ଆଇ ବ୍ୟାଙ୍କ୍‌କୁ ପ୍ରଶଂସା କରି ରାଜ୍ୟପାଳ କହିଥିଲେ ଯେ ସେମାନଙ୍କର ସହଯୋଗରେ ଓଡ଼ିଶା ପୂର୍ବ ଭାରତର ଏକ ଅଗ୍ରଣୀ ଆଇ ବ୍ୟାଙ୍କି ରାଜ୍ୟରେ ପରିଣତ ହୋଇପାରିଛି । ସଚେତନତା ବୃଦ୍ଧି ପାଇଥିବା ସତ୍ତ୍ୱେ ମିଥ୍ୟା ଧାରଣା ଓ ଦ୍ୱିଧା ରହିଛି ବୋଲି ଉଲ୍ଲେଖ କରି ନାଗରିକମାନଙ୍କୁ ଜୀବନକାଳରେ ଚକ୍ଷୁଦାନ ପାଇଁ ପ୍ରତିଜ୍ଞା କରିବାକୁ ଏବଂ ପରିବାର ସହିତ ଆଲୋଚନା କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍‌ର ଏକ୍ସିକ୍ୟୁଟିଭ୍ ଚେୟାରମ୍ୟାନ୍ ଡ଼କ୍ଟର ପ୍ରଶାନ୍ତ ଗର୍ଗ ଏବଂ ଦୃଷ୍ଟି ଦାନ ଆଇ ବ୍ୟାଙ୍କର ସଚିବା ଶ୍ରୀମତୀ ନଳିନୀ ଶର୍ମା ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍‌ର ନେଟ୍ୱାର୍କ ଆଇ ବ୍ୟାଙ୍କର ମୁଖ୍ୟ ଡ଼କ୍ଟର ସୁଜାତା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏଲ୍‌ ଭି ପ୍ରସାଦ ଆଇ ଇନଷ୍ଟିଟ୍ୟୁଟ୍‌ର ୱାର୍କିଂ ପ୍ରେସିଡେଣ୍ଟ ଡ଼କ୍ଟର ଉମେଶ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe