କଂଗ୍ରେସର ‘ଭାରତ ଯୋଡ଼ୋ’ ପଦଯାତ୍ରା ବେଳେ ମୁହାଁମୁହିଁ

Advertisment

ରାଜନାରାୟଣଙ୍କ ଗୋଷ୍ଠୀ ଆକ୍ରମଣରେ ଅଜୟ ଗୁରୁତର

ରାଜନାରାୟଣଙ୍କ ଗୋଷ୍ଠୀ ଆକ୍ରମଣରେ ଅଜୟ ଗୁରୁତର

କଂଗ୍ରେସର ‘ଭାରତ ଯୋଡ଼ୋ’ ପଦଯାତ୍ରା ବେଳେ ମୁହାଁମୁହିଁ

ଛତିଆ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ‘ଭାରତ ଯୋଡ଼ୋ’ ପଦଯାତ୍ରା ବେଳେ ଛତିଆଠାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏଗୋଷ୍ଠୀର ଆକ୍ରମଣରେ ଗତ ନିର୍ବାଚନର କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜୟ ସାମଲ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ପଦଯାତ୍ରା ପାଇଁ ଶୁକ୍ରବାର ସଂଧ୍ୟାରେ ବଡ଼ଚଣା ନିର୍ବାଚନମଣ୍ଡଳୀ ଛତିଆରେ କଂଗ୍ରେସ କର୍ମକର୍ତ୍ତାମାନେ ପହଞ୍ଚିଥିଲେ। ପଦଯାତ୍ରାକୁ ସ୍ବାଗତ କରିବା ପାଇଁ ନେଳିଆ ଠାରେ ରାଜ୍ୟ ଓବିସି ସେଲର ଉପାଧ୍ୟକ୍ଷ ରାଜନାରାୟଣ ମହାପାତ୍ରଙ୍କ ବହୁ ସମର୍ଥକ ସମବେତ ହୋଇଥିଲେ। ମାତ୍ର, ଶ୍ରୀ ସାମଲ କିଛି ସମର୍ଥକଙ୍କୁ ନେଇ ଅତିଥିମାନଙ୍କୁ ସ୍ବାଗତ କରିବାକୁ ଆଗକୁ ଚାଲିଯିବାରୁ ଶ୍ରୀ ମହାପାତ୍ରଙ୍କ ଗୋଷ୍ଠୀର ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ, ଶ୍ରୀ ସାମଲ ଗୁରୁତର ଆହତ ହୋଇଛନ୍ତି। ବଡ଼ଚଣା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ହେବାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଆହତ ଶ୍ରୀ ସାମଲ ଅଭିଯୋଗ କରିଛନ୍ତି ଯେ ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ତାଙ୍କ ସମର୍ଥକ ଆକ୍ରମଣ କରିଛନ୍ତି। ଅପରପକ୍ଷରେ ଶ୍ରୀ ମହାପାତ୍ର କହିଛନ୍ତି, ବହୁଲୋକ ସେଠା‌ରେ ଥିଲେ, କିଏ କ’ଣ କଲା ସେ ଜାଣିନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବରରୁ ବାହାରି ଥିବା ଏହି ଭାରତ ଯୋଡ଼ ଯାତ୍ରାରେ ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଅମୀୟ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଜୟ ବେହେରା, ରାଜ୍ୟ ଛାତ୍ରକଂଗ୍ରେସ ସଭାପତି, ଜିଲ୍ଲାଛାତ୍ର କଂଗ୍ରେସ ସଭାପତି ଅନନ୍ତ କୁମାର ଦାସ, ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, ରାଜ୍ୟ କଂଗ୍ରେସ ମୁଖପାତ୍ର ମାନସ କୁମାର କର, ପୂର୍ବତନ ବିଧାୟକ ଭୁଜବଳ ମାଝି ପ୍ରମୁଖ ଏହି ପଦଯାତ୍ରାରେ ସାମିଲ୍‌ ହୋଇଥିଲେ।

ଏହି ଭାରତଯୋଡ଼ ଯାତ୍ରାରେ ଆସିଥିବା ଅତିଥିମାନେ ବଡ଼ଚଣାଠାରେ ରାତ୍ରି ଯାପନ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe