ପାନୀୟଜଳ ପ୍ରକଳ୍ପ ଠିକାଦାରିକୁ ନେଇ ମୁହାଁମୁହିଁ

Advertisment
ପାନୀୟଜଳ ପ୍ରକଳ୍ପ ଠିକାଦାରିକୁ ନେଇ ମୁହାଁମୁହିଁ

ଯଖପୁରା: ଯଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପରେ ଠିକାଦାରିକୁ ନେଇ ବିଜେଡି, ବିଜେପି ଗୋଷ୍ଠୀ ମଧ୍ୟରେ ମୁହଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପକ୍ଷ ଯଖପୁରା ଥାନାରେ ଅଭିଯୋଗ କରିଛନ୍ତି। ଏଠାରେ ଏକ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ବିଜେପିର ଗୋଟିଏ ଗୋଷ୍ଠୀ ଆରମ୍ଭରୁ କାମରେ ସମ୍ପୃକ୍ତ ଥିଲେ।

ବର୍ତ୍ତମାନ ଜଣେ ନିର୍ବାଚିତ ଲୋକପ୍ରତିନିଧିଙ୍କ ନେତୃତ୍ବରେ ବିଜେଡି ଗୋଷ୍ଠୀ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବ୍ଲକ୍‌ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ସମ୍ପୃକ୍ତ ଲୋକପ୍ରତିନିଧିଙ୍କୁ ଅନ୍ୟଗୋଷ୍ଠୀ ଜାତିଗତ ଆକ୍ଷେପ କରି ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଦୁଇପକ୍ଷର ଅଭିଯୋଗ ପରେ ଯଖପୁରା ପୁଲିସ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe