ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ ହୋଇଛି ପୂର୍ଵରୁ ସାଂସଦଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ହାକ ହୋଇଥିଲା ଏବେ ଫେସ୍ବୁକ୍ ଆକାଉଣ୍ଟକୁ ହାକ କରିଛି ଦୁର୍ବୁତ୍ତ। ଏ ନେଇ ସାଂସଦଙ୍କ ପକ୍ଷରୁ କଟକ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଏତଲା ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୧୮ତାରିଖ ଦିନ କେହି ଦୁର୍ବୃତ୍ତ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ କରି ତାଙ୍କ ପ୍ରେଫାଇଲ୍ରେ ଅନେକ ତଥ୍ୟ ପରିବର୍ତ୍ତନ କରିଦେଇଥିଲା। ପ୍ରୋଫାଇଲ୍ରେ ‘ପଲିଟିସିଆନ୍’କୁ ବଦଳାଇ ‘କଳାକାର’ ଲେଖି ଦେଇଥିଲା। ଆକାଉଣ୍ଟରେ ହଠାତ୍ ତଥ୍ୟ ପରିବର୍ତ୍ତନ ଦେଖି ଶ୍ରୀମତୀ ଷଡ଼ଙ୍ଗୀଙ୍କ ଜଣେ ବନ୍ଧୁ ତାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ।
ଏ ସଂପର୍କରେ ଦିଲ୍ଲୀସ୍ଥିତ ଆଇଟି ଅଫିସ୍ରେ ଅଭିଯୋଗ କରାଯିବା ପରେ ୨୪ଘଣ୍ଟା ଭିତରେ ତାଙ୍କ ଆକାଉଣ୍ଟକୁ ହ୍ୟାକର୍ କବଳରୁ ମୁକ୍ତ କରାଯାଇଥିଲା। ତେବେ ଆଇଟି ବିଭାଗର ତଦନ୍ତ ଅନୁଯାୟୀ, ଏହା ପାକିସ୍ତାନର ଜଣେ ହ୍ୟାକର୍ର କାରନାମା। ସାଂସଦଙ୍କ ଆକାଉଣ୍ଟ ରିକଭରି କରାଯାଉଥିଲେ ହେଁ ଇନ୍ଷ୍ଟ୍ରାଗ୍ରାମ୍ ସହ ସଂପର୍କିତ ଆପ୍ ଫେସ୍ବୁକ୍ ଆକାଉଣ୍ଟରେ ଭେରିଫାଏଡ୍(ବ୍ଲୁଟିକ୍) ଦେଖାଉନାହିଁ। ସେହିପରି ଫେସ୍ବୁକ୍ରେ ମଧ୍ୟ କୌଣସି ଭିଡିଓ ଅପ୍ଲୋଡ ହେଉ ନାହିଁ ଏବଂ ‘ଅପରାଜିତା ଫ୍ୟାନ୍ସକ୍ଲବ୍ ପେଜ୍’ରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖାଦେଇଥିଲା। ଏ ସଂପର୍କରେ ଶ୍ରୀମତୀ ଷଡ଼ଙ୍ଗୀ ସାଇବର୍ ଥାନାକୁ ଅବଗତ କରାଇଥିଲେ।
Follow Us