Image Courtesy of India Today
ଭୁବନେଶ୍ବର : ବଢ଼ୁଥିବା ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପଦକ୍ଷେପ ନେବାକୁ ଓସେପା ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ନିର୍ଦେଶ ଦିଆଯାଇଛି। ସ୍କୁଲ ତଥା ଶିକ୍ଷାନୁଷ୍ଠାନରେ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ ଏବଂ କ୍ୟାମ୍ପସରେ ଥିବା ନଳକୂଅ କିମ୍ବା ଅନ୍ୟାନ୍ୟ ପାନୀୟ ଜଳର ଉତ୍ସକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଇବାକୁ କୁହାଯାଇଛି।
ଆବଶ୍ୟକ ହେଲେ ବିଦ୍ୟାଳୟ କର୍ତୃପକ୍ଷ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ ସଂସ୍ଥା ସହ ଯୋଗାଯୋଗ କରିପାରିବେ। ସ୍କୁଲକୁ ଆସିବା ସମୟରେ ଛାତ୍ରଛାତ୍ରୀ ସାଙ୍ଗରେ ପାଣି ବୋତଲ ଆଣିବା ଲାଗି ଅଭିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କର୍ତୃପକ୍ଷ ପଦକ୍ଷେପ ନେବେ। ପର୍ଯ୍ୟାପ୍ତ ଓଆରଏସ୍ ଉପଲବ୍ଧ କରିବା, ଶ୍ରେଣୀଗୃହ ବାହାରେ କୌଣସି କାର୍ଯ୍ୟକଳାପ ନ କରିବାକୁ ପରାମର୍ଶ ଦିଆଯାଇଛି।
Follow Us