କେନ୍ଦ୍ରାପଡ଼ାରେ କାରଖାନା ବାଟ ଖୋଲିଲା: ଆର୍ସେଲର-ମିତ୍ତଲ ନିପନ ଷ୍ଟିଲ୍‌ ପାଇଁ ଜମି ଅଧିଗ୍ରହଣ ନିର୍ଦ୍ଦେଶ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ବଡ଼ଟୁବି ମୌଜାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବୃହତ୍‌ ଇସ୍ପାତ୍‌ କାରଖାନା ପ୍ରତିଷ୍ଠା ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ବଡ଼ଟୁବି ମୌଜାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବୃହତ୍‌ ଇସ୍ପାତ୍‌ କାରଖାନା ପ୍ରତିଷ୍ଠା ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି।

steel

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ତହସିଲ ଅନ୍ତର୍ଗତ ବଡ଼ଟୁବି ମୌଜାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ବୃହତ୍‌ ଇସ୍ପାତ୍‌ କାରଖାନା ପ୍ରତିଷ୍ଠା ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। କାରଖାନା ପାଇଁ ଜମି ଅଧିଗ୍ରହଣ କରିବାକୁ ବିଧିବଦ୍ଧ ପଦକ୍ଷେପ ନିଆଯାଇଛି। ସେଥିପାଇଁ ମହାକାଳପଡ଼ା ତହସିଲର ବଡ଼ଟୁବି ମୌଜାରେ ଜମି ବିକ୍ରି, ଖର୍ଦି ଓ ହସ୍ତାନ୍ତର ଉପରେ ସରକାର ରୋକ୍ ଲଗାଇଛନ୍ତି। କୌଣସି ଜମି ମାଲିକ ଏହି ଅଞ୍ଚଳର ଜମି ବିକ୍ରି, ଖର୍ଦ୍ଦି କିମ୍ବା ଦେଣନେଣ କରିପାରିବେ ନାହିଁ ବୋଲି ନିର୍ଦେଶ ‌ଦେଇଛନ୍ତି ସରକାର।

ମହାକାଳପଡ଼ା ବଡ଼ଟୁବି ମୌଜାରେ ୩୮୩ଏକର ଜମି ଅଧିଗ୍ରହଣ ହେବ
ଜମି ବିକ୍ରି, ଖର୍ଦି ଓ ହସ୍ତାନ୍ତର ଉପରେ ରୋକ୍‌

ଆର୍ସେଲର-ମିତ୍ତଲ-ନିପନ-ଷ୍ଟିଲ୍‌ ପକ୍ଷରୁ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।  ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ଅଧିସୂଚନା ଜାରି କରାଯାଇଛି।  ବିଭାଗର ପତ୍ରସଂଖ୍ୟା ୪୨୩୪୬/୩.୧୨.୨୪ ଅନୁଯାୟୀ ବଡ଼ଟୁବି ମୌଜାରେ ୩୮୩.୮୪୪ ଏକର ଜମି ଅଧିଗ୍ରହଣ କରାଯିବ। ଏହିସବୁ ଜମିରେ ଯେକୌଣସି ବ୍ୟକ୍ତିଙ୍କର ମାଲିକାନା ସ୍ବତ୍ବ ନେଇ ଯଦି କୌଣସି ଆପତ୍ତି ଅଭିଯୋଗ ଥାଏ ତେବେ ଭୂ-ଅର୍ଜନ, ପୁନର୍ବାସ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ -୨୦୧୩ ଧାରା ୧୧(୧)ର ବ୍ୟବସ୍ଥା ଅନୁଯାୟୀ ସମ୍ପୃକ୍ତ ଜମି ମାଲିକମାନେ ୬୦ଦିନ ମଧ୍ୟରେ ପ୍ରଶାସନ ନିକଟରେ ଆବେଦନ କରିପାରିବେ।  ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅଧିସୂଚନାକୁ ଆଧାର କରି କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱତନ୍ତ୍ର ଭୂମି ଅଧିଗ୍ରହଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ପତ୍ରସଂଖ୍ୟା ୧୮୯/୪.୧୨.୨୪ ଅନୁଯାୟୀ ମହାକାଳପଡ଼ା ତହସିଲଦାରଙ୍କୁ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ସମ୍ପୃକ୍ତ ମୌଜାର ଜନସାଧାରଣ ଓ ଚାଷୀମାନଙ୍କୁ ଏ ଦିଗରେ ଅନୁଷ୍ଠାନିକ ଭାବେ ଅବଗତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ପକ୍ଷରୁ ମଧ୍ୟ ନିର୍ଦେଶନାମା ଜାରି କରାଯାଇଛି। ସେହିପରି ସମ୍ପୃକ୍ତ ମୌଜାରେ ଉପରୋକ୍ତ ତଫସିଲ ସୂଚୀତ ଜମିକୁ ଜମି ମାଲିକମାନେ ବିକ୍ରି, ଖର୍ଦ୍ଦି କିମ୍ବା ଦେଣନେଣ କରିପାରିବେ ନାହିଁ ବୋଲି କଡ଼ାକଡ଼ି ଭାବେ ନିର୍ଦେଶ ରହିଛି।

ସୂଚନା ଥାଉକି ଏଠାରେ ଆର୍ସେଲର-ମିତ୍ତଲ-ନିପନ-ଷ୍ଟିଲ୍ ଇଣ୍ଡିଆ(ଏଏମ୍ଏନ୍ଏସ୍ଆଇ) ପ୍ରାଇଭେଟ୍ ଲିମିଟେଡ଼୍ ଦ୍ବାରା ବାର୍ଷିକ ପ୍ରାୟ ୨୪ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ। ଏଥିପାଇଁ ଇଡ‌୍‌କୋକୁ ଜମି ଅଧିଗ୍ରହଣ କରିବା ପାଇଁ କୁହାଯାଇଛି। ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଘୋଷଣାନାମା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୧୩ରେ ପତ୍ରସଂଖ୍ୟା ୭୩୬୯ରେ ଜମି ଅଧିଗ୍ରହଣ ନିମନ୍ତେ ଧାରା ୮(୨)ରେ ଅନୁମୋଦିତ ହୋଇଛି। ଅନ୍ୟପଟେ ଶିଳ୍ପ ପାଇଁ ୨୦୨୩ ଜୁଲାଇରେ ଖରିନାସୀ ଗ୍ରାମରେ ଶହେ ଏକରରୁ ଅଧିକ ସରକାରୀ ଜମିକୁ ଇଡ୍‌କୋକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe