ଏମ୍ସର ୪ ବିଭାଗର ଫାକଲ୍‌ଟି ନିଯୁକ୍ତି ନେଇ ସ୍ଥଗିତାଦେଶ

ଏମ୍‌ସ ଅସ୍ଥିଶଲ୍ୟ ବିଭାଗର ସଫଳତା: ରାଜ୍ୟରେ ପ୍ରଥମ ଜଙ୍ଘହାଡ଼ ପ୍ରତିରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର : ଏମ୍ସର ଆନାଟୋମି, ଡର୍ମାଟୋଲୋଜି, ମାଇକ୍ରୋବାୟୋଲୋଜି ଏବଂ ଇଏନ୍‌ଟି ବିଭାଗର ପ୍ରଫେସର ପଦରେ ନିଯୁକ୍ତିକୁ ସ୍ଥଗିତ ରଖାଯାଇଛି। ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବୁନାଲ, କଟକଙ୍କ ଆଦେଶ ଅନୁସାରେ ଏମ୍ସର ସହଯୋଗୀ ପ୍ରଶାସକ ଏହି ନୋଟିସ ଜାରି କରିଛନ୍ତି। ସୂଚନା ଅନୁଯାୟୀ, ଜୁଲାଇ ମାସରେ ଏମ୍ସର ବିଭିନ୍ନ ବିଭାଗର ସମୁଦାୟ ୩୯ ଡାକ୍ତରଙ୍କ ପଦୋନ୍ନତି ହେବାର ଥିଲା। ସହଯୋଗୀରୁ ସହକାରୀ, ସହକାରୀରୁ ଅତିରିକ୍ତ ପ୍ରଫେସର, ଅତିରିକ୍ତ ପ୍ରଫେସରରୁ ପ୍ରଫେସର ଭାବରେ ପଦୋନ୍ନତି ଦିଆଯିବାର ଥିଲା। ଆନାଟୋମି, ଇଏନଟି, ଡର୍ମାଟୋଲୋଜି ଏବଂ ମାଇକ୍ରୋବାୟୋଲୋଜି ବିଭାଗର ୧୧ ଜଣ ଫାକଲ୍‌ଟି ପଦୋନ୍ନତିରୁ ବାଦ ପଡ଼ିଥିଲେ। ଏହା ବିରୋଧରେ ସେମାନେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟଦିଗରେ ବର୍ତ୍ତମାନ ଏମ୍ସ ପକ୍ଷରୁ ବିଭିନ୍ନ ବିଭାଗରେ ଡାକ୍ତର ଏବଂ ଫାକଲ୍‌ଟିଙ୍କ ନିଯୁକ୍ତି ହେଉଛି। ଏଥିରେ ଏହି ୪ଟି ବିଭାଗର ବିବାଦୀୟ ପ୍ରଫେସର ପଦ ମଧ୍ୟ ରହିଛି। ଯାହାର ହକଦାର ଥିବା ନେଇ ଫାକଲ୍‌ଟିମାନେ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ତେଣୁ ଟ୍ରିବୁନାଲ ଏହି ପଦରେ ନିଯୁକ୍ତିକୁ ବର୍ତ୍ତମାନ ସ୍ଥଗିତ ରଖିଛି।

ସୂଚନା ଅନୁଯାୟୀ, ଏମ୍ସ ନିର୍ଦେଶକ କାର୍ଯ୍ୟକାଳ ପୂର୍ଣ୍ଣ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏଭଳି ସ୍ଥିତିରେ ନିର୍ଦେଶକ କାହିଁକି ଏଭଳି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠିଛି। ଏପରିକି ୪ ତାରିଖ ବର୍ଷା ଏବଂ ବାତ୍ୟାର ପୂର୍ବାନୁମାନ ରହିଥିଲା। ଏଥିଯୋଗୁଁ ରାଜ୍ୟର ସବୁ ପରୀକ୍ଷା ବାତିଲ କରାଯାଇ ଥିଲା। ହେଲେ ଏମ୍ସ ଡାକ୍ତର ନିଯୁକ୍ତି ସାକ୍ଷାତକାର ପରୀକ୍ଷା ବଳବତ୍ତର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe