ମହାକାଳପଡ଼ାରେ ବିଜେପିର ବିସ୍ଥାପିତ ସମାବେଶ : ‘ସିଏଏ’କୁ କେହି ଅଟକାଇ ପାରିବେନି - କେନ୍ଦ୍ରମନ୍ତ୍ରୀ କୁଲସ୍ତେ

Advertisment
ମହାକାଳପଡ଼ାରେ ବିଜେପିର ବିସ୍ଥାପିତ ସମାବେଶ : ‘ସିଏଏ’କୁ କେହି ଅଟକାଇ ପାରିବେନି - କେନ୍ଦ୍ରମନ୍ତ୍ରୀ କୁଲସ୍ତେ

freepressjournal.in

କେନ୍ଦ୍ରାପଡ଼ା/ମହାକାଳପଡ଼ା : ନାଗରିକତା ସ˚ଶୋଧନ ଆଇନ(ସିଏଏ) ଦେଶବାସୀଙ୍କ ଉପରେ ଲାଗୁ ହେଉ ନାହିଁ। ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଚାଲି ଆସୁଥିବା ଅଳ୍ପସ˚ଖ୍ୟକ ଲୋକଙ୍କ ପାଇଁ ଏହି ଆଇନ ଉଦ୍ଦିଷ୍ଟ। ଏହା କାହାରି ନାଗରିକତା ଛଡ଼ାଇବ ନାହିଁ, ବର˚ ଦେବ। କିନ୍ତୁ କ˚ଗ୍ରେସ, ବାମପନ୍ଥୀ ସମେତ କିଛି ରାଜନୈତିକ ଦଳ ଭୋଟ୍‌ ବ୍ୟାଙ୍କ୍‌ ରାଜନୀତିରେ ଅନ୍ଧ ହୋଇ ଏହି ଆଇନର ଭୁଲ୍‌ ବାଖ୍ୟା କରି ଲୋକଙ୍କ ମଧୢରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ଯେତେ ବିରୋଧ, ହି˚ସା ଘଟାଇଲେ ମଧୢ ସ˚ସଦରେ ପାରିତ ହୋଇଥିବା ଏହି ଆଇନକୁ କେହି ଅଟକାଇ ପାରିବେ ନାହିଁ। କ˚ଗ୍ରେସଶାସିତ ରାଜ୍ୟରେ ଏହି ଆଇନ ଲାଗୁ ହେବ ନାହିଁ ବୋଲି ଯେଉଁ ଘୋଷଣା ହେଉଛି, ତାହା ମିଛ। ସ˚ସଦରେ ପାରିତ ହେଉଥିବା ଆଇନକୁ ଲାଗୁ ନ କରିବାର କ୍ଷମତା ସମ୍ବିଧାନ ରାଜ୍ୟ ସରକାରଙ୍କୁ ଦେଇ ନାହିଁ। ତେଣୁ କ˚ଗ୍ରେସ ସମେତ ତାର ସହଯୋଗୀ ଦଳଗୁଡ଼ିକ ଚଳାଇଥିବା ଏହି ମିଥ୍ୟା ପ୍ରଚାରଠୁ ଦୂରେଇ ରହିବାକୁ କେନ୍ଦ୍ରାପଡ଼ାର ମହାକାଳପଡ଼ାଠାରେ ‘ସିଏଏ’କୁ ନେଇ ଆୟୋଜିତ ବିସ୍ଥାପିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ଫଗନ ସି˚ହ କୁଲସ୍ତେ ଆହ୍ବାନ ଦେଇଛନ୍ତି।

ଦେଶରେ ବିଭିନ୍ନ ସ୍ଥାନରେ ସ˚ପ୍ରତି ‘ସିଏଏ’କୁ ନେଇ ବିରୋଧ ଜାରି ରହିଥିବା ବେଳେ ଆଜିଠାରୁ ଓଡ଼ିଶାରେ ବିଜେପି ପକ୍ଷରୁ ଏହା ସପକ୍ଷରେ ଆରମ୍ଭ ହୋଇଛି ଜନସଚେତନତା ଅଭିଯାନ। ଏହି କ୍ରମରେ ଆଜି ମହାକାଳପଡ଼ା ବ୍ଲକ୍‌ର ରାମନଗରସ୍ଥିତ ରାମଚଣ୍ତୀ ମନ୍ଦିର ପ୍ରାଙ୍ଗଣରେ ଦଳ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ତାଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି ବିସ୍ଥାପିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ କୁଲସ୍ତେ ‘ସିଏଏ’ ସ˚ପର୍କରେ ଉଦ୍‌ବୋଧନ ଦେଇ ଦେଶରେ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରି କ˚ଗ୍ରେସ ଉପରେ ଖୁବ୍‌ ବର୍ଷିଥିଲେ। ରାଜ୍ୟ ବିଜେପି ସାଧାରଣ ସ˚ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ, କେନ୍ଦ୍ରାପଡ଼ାରେ ରହୁଥିବା ଶରଣାର୍ଥୀ ଭାଇ ଭଉଣୀ ଭୟଭୀତ ହେବାର ନାହିଁ। ସେମାନଙ୍କୁ କିଛିବର୍ଷ ତଳେ ଯେଉଁ ଦେଶାନ୍ତର ନୋଟିସ୍‌ ମିଳିଥିଲା, ତାହା ଏବେ ଅକାମୀ ହୋଇଯିବ। ସମସ୍ତଙ୍କୁ ଭାରତୀୟ ନାଗରିକତା ମିଳିବ। ରାଜ୍ୟ ମହିଳା ବିଜେପି ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରସଙ୍ଗରେ କ˚ଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ବିଜେପି ନେତା ବିଜୟ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଦୁର୍ଗାପ୍ରସାଦ ନାୟକ ଧନ୍ୟବାଦ ଦେଇଥିଲେ।ରେ ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe