failed in his misdeed: Minor girl attacked with sharp weapon Photograph: (sambad.in)
ଆଗରପଡ଼ା: ଭଦ୍ରକ ଜିଲ୍ଲାରେ ଜନୈକା ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଧାରୁଆ ଅସ୍ତ୍ରରେ ଅଭିଯୁକ୍ତ ଯୁବକ ଆକ୍ରମଣ କରିଥିବା ନେଇ ଆଗରପଡ଼ା ଥାନାରେ ଅଭିଯୋଗ ହୋଇଛି।
ଘଟଣାରୁ ପ୍ରକାଶ, ଆଗରପଡ଼ା ଥାନା ଅନ୍ତର୍ଗତ ଘଣ୍ଟଗଡ଼ିଆ ସ୍ଥିତ ସାହାଡ଼ଗଡ଼ିଆ ଠାରେ ନାବାଳିକା(୧୩) ତାଙ୍କ ପରିବାର ସହ ରହିଆସୁଥିଲେ। ତାଙ୍କ ମୂଳ ଘର ମହୁଲଡିହା ଥାନା ଅନ୍ତର୍ଗତ ବାଲିଡିହା ଗ୍ରାମରେ।
ଆହୁରି ପଢ଼ନ୍ତୁ:Septic Tank Tragedy: ମାମୁଁ ଘରକୁ ବୁଲି ଆସିଥିବା ୩ ଶିଶୁଙ୍କର ସେପ୍ଟିକ୍ ଟାଙ୍କିରେ ପଡ଼ି ଜୀବନ ଗଲା
ସୋମବାର ସକାଳ ସମୟରେ ନାବାଳିକା ଘର ନିକଟସ୍ଥ କେନାଲକୁ ଶୌଚ ହେବାକୁ ଯାଇଥିଲେ। ସୋସୋ ଥାନା ଅଞ୍ଚଳର ଦୁଇ ଭାଇ କେନାଲରେ ମାଛ ଧରୁଥିଲେ। ନାବାଳିକାଙ୍କୁ ଏକୁଟିଆ ଦେଖି ସାନଭାଇ ନାବାଳିକାଙ୍କୁ ଏକ ନିଛାଟିଆ ଜାଗାକୁ ଜୋର ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।
ମାତ୍ର ଏଥିରେ ନାବାଳିକା ଅରାଜି ହୋଇ ଜୋର୍ରେ ଚିତ୍କାର କରିଥିଲେ।ଯୁବକ ଧରାପଡ଼ି ଯିବା ଭୟରେ ପାଖରେ ରଖିଥିବା ଏକ ଧାରୁଆ ଅସ୍ତ୍ରରେ ଆଘାତ କରି ନାବାଳିକାଙ୍କୁ ଧାନକ୍ଷେତ ମଧ୍ୟରେ ପକାଇ ଦେଇ ଫେରାର ହେବାକୁ ଉଦ୍ୟମ କରିଥିଲେ।
ଧାନକ୍ଷେତରେ ୨ କି.ମି ଗୋଡ଼ାଇ ଗୋଡ଼ାଇ କାବୁ କଲେ ପୁଲିସ
କୌଣସି ସୂତ୍ରରୁ ଖବର ପାଇ ଥାନାଧିକାରୀ ଦେବରାଜ ଜେନା ତତକ୍ଷଣାତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଅଭିଯୁକ୍ତଙ୍କୁ ଧାନକ୍ଷେତ ମଧ୍ୟରେ ପ୍ରାୟ ୨ କି.ମି ଗୋଡ଼ାଇ ଗୋଡ଼ାଇ କାବୁ କରି ଥାନାକୁ ଆଣିଥିଲେ।
ଏସଂପର୍କରେ ଥାନାରେ କେସ -୨୦୫/୨୫, ଭାରତୀୟ ନ୍ୟାୟ ସଂହିତା ୨୦୨୩,ଧାରା ୧୧୫(୨),୧୧୮(୧),୧୧୮(୨),୧୧୭(୨),୭ ୪,୭୫ ,୧୦୯,୮ ଏକ ମାମଲା ରୁଜୁ କରି ଥାନାଧିକାରୀ ଅଧିକ ତଦନ୍ତ ଜାରୀ ରଖିବା ସହ ପୀଡିତାଙ୍କୁ ଡାକ୍ତର ମାଇନା ପାଇଁ ପଠାଇଛନ୍ତି। ପୀଡିତାଙ୍କ ମୁହଁ, ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ସେ ବର୍ତ୍ତମାନ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ଆହୁରି ପଢ଼ନ୍ତୁ:Naveen campaigns for BJD: ବିଜେପି କରୁଛି ପ୍ରାର୍ଥୀ ଚୋରି: ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ
ଯଦି ଆସାମୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ନ କରାଯାଏ ତେବେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯିବା ସହିତ ଆଇନକୁ ହାତକୁ ନିଆଯିବ ବୋଲି ବ୍ଲକ କଂଗ୍ରେସ କମିଟି ସଭାପତି ରାଜକିଶୋର ସ୍ବାଇଁ ଚେତାବନୀ ଦେଇଛନ୍ତି ।
  
 Follow Us