ବିନିକା: ଗ୍ୟାସ୍ ସିଲିଣ୍ଡର ଲିକ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାବୁପାଲି ଗ୍ରାମପଞ୍ଚାୟତ ବାଗଡ଼ିଆ ଗାଁରେ ଏହି ଅଘଟିଣ ଘଟିଛି। ଗୋଟିଏ ପରିବାରର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ ବାଗଡ଼ିଆ ଗାଁର ରଞ୍ଜନ ବିଶିଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇ ରୋଷେଇ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଭିତରେ ଥିବା ଫ୍ରିଜ୍, ଗ୍ରାଇଣ୍ଡର, ଚୁଲା ସହିତ ଲକ୍ଷାଧିକ ଟଙ୍କା ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଗ୍ୟାସ୍ ନିଆଁରେ ଘର ଛାତ ମଧ୍ୟ ଫାଟି ଯାଇଛି। ଖବର ପାଇ ରାମପୁର ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିୟମ ଅନୁଯାୟୀ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ଜନସାଧାରଣରେ ଦାବି ହେଉଛି।
/sambad/media/post_attachments/wp-content/uploads/2023/05/0a286cdc-c975-4b90-8ef5-2f9b69aecb09-e1684233236728-1024x476.jpg)
Follow Us