ପରୀ ହତ୍ୟାକାଣ୍ଡ ମାମଲା : ଚାର୍ଜଫ୍ରେମ୍‌ ନେଇ ଶୁଣାଣି ୮କୁ ଘୁଞ୍ଚିଲା

Advertisment
ପରୀ ମାମଲାର ଶୁଣାଣି ଆରମ୍ଭ: ଜଣଙ୍କ ସାକ୍ଷ୍ୟ ଗ୍ରହଣ, ପରବର୍ତ୍ତୀ ଶୁଣାଣି ୮ରେ

ନୟାଗଡ଼ : ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ଅମ୍ରିତାସ୍ନେହା ସାହୁ ଓରଫ୍ ପରୀ ହତ୍ୟା ମାମଲାର ଚାର୍ଜ ଫ୍ରେମ୍‌ ହୋଇପାରିନାହିଁ। ଚିଲ୍‌ଡ୍ରେନ୍‌ କୋର୍ଟ ଆଜି ଚାର୍ଜ‌ଫ୍ରେମ୍‌ ନେଇ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଥିଲେ। କିନ୍ତୁ ଅଭିଯୁକ୍ତ ନାବାଳକର ଓକିଲ ଚିନ୍ଦ୍ରବିଜୟୀ ମିଶ୍ର ପୂର୍ବରୁ କରିଥିବା ଆବେଦନ ଏଥି‌ରେ ବାଧକ ସାଜିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ନାବାଳକର ବୟସ ୧୬ ବର୍ଷରୁ ଅଧିକ ହୋଇଥିବାରୁ ସେ ମାନସିକ ଓ ଶାରୀରିକ ଭାବେ ହତ୍ୟା, ଦୁଷ୍କର୍ମ କରିବାକୁ ସକ୍ଷମ ବୋଲି ଜୁଭେନାଇଲ ଜଷ୍ଟିସ ବୋର୍ଡ(ଜେଜେବି) ବିଚାର କରିଥିଲେ। ଫଳରେ ମାମଲାଟି ଜେଜେବିରୁ ଚିଲ‌ଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତରିତ ‌ହୋଇଯାଇଥିଲା। ହେଲେ ଅଭିଯୁକ୍ତଙ୍କ ଓକିଲ ଜେଜେବିର ରାୟକୁ ନେଇ ଆପତ୍ତି ‌ଉଠାଇଥିଲେ। ଜେଜେବି ଅଭିଯୁକ୍ତକୁ ନେଇ ଯେଉଁ ରାୟ ଦେଇଛନ୍ତି, ତାହା ଠିକ୍‌ ଢଙ୍ଗରେ କରାଯାଇନଥିବା, ସେଥିରେ ତ୍ରୁଟି ରହିଥିବା କହିଛନ୍ତି। ଏହାକୁ ଚିଲଡ୍ରେନ୍ କୋର୍ଟ ବିଚାର ନିମନ୍ତେ ଗ୍ରହଣ କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଯାହାର ଶୁଣାଣି ଆସନ୍ତା ୫ ତାରିଖରେ କରାଯିବ। ଯେଉଁଥିପାଇଁ ଆଜି ଚାର୍ଜଫ୍ରେମ୍‌ ହୋଇପାରିନାହିଁ। ଚାର୍ଜଫ୍ରେମ୍‌ ନେଇ ଆସନ୍ତା ୮ ତାରିଖରେ କୋର୍ଟ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe