କଟକ ଜିଲ୍ଲାପାଳଙ୍କ ନାମରେ ଫେକ୍‌ ଆକାଉଣ୍ଟ: ସାଇବର ଥାନାରେ ଏତଲା

Advertisment
କଟକ ଜିଲ୍ଲାପାଳଙ୍କ ନାମରେ ଫେକ୍‌ ଆକାଉଣ୍ଟ: ସାଇବର ଥାନାରେ ଏତଲା

କଟକ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ନାମରେ ଖୋଲାଯାଇଛି ଫେକ୍‌ ଆକାଉଣ୍ଟ। କେହି ଦୁବୃର୍ତ୍ତ ଫେକ୍‌ ହ୍ବାଟସ୍‌ ଆପ୍‌ ଆକାଉଣ୍ଟ ଖୋଲି ଇ-କାର୍ଡ ଜରିଆରେ ସପିଂ କରିବା ପାଇଁ ବିଭିନ୍ନ ମୋବାଇଲ ନମ୍ବରକୁ ହ୍ବାଟସ୍‌ ଆପ୍‌ ଜରିଆରେ ମେସେଜ୍‌ କରୁଛି। ଏ ନେଇ ଜିଲ୍ଲାପାଳଙ୍କ ପକ୍ଷରୁ ସାଇବର୍‌ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି।

କଟକ ଜିଲ୍ଲାପାଳଙ୍କ ନାମରେ ୭୬୯୬୯୧୮୧୫୧ ନମ୍ବର୍‌ ଜରିଆରେ ଜାଲ ହ୍ଵାଟ୍ସ ଆପ୍‌ ଆକାଉଣ୍ଟ ସୃଷ୍ଟି କରାଯାଇ ଏହା ମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। କେହି ଜଣେ ବ୍ୟକ୍ତି ପ୍ରତାରଣାପୂର୍ବକ ଏଭଳି କାର୍ଯ୍ୟ କରୁଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଛି। ଏହାକୁ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସାଇବର୍‌ ଥାନାରେ ଏତଲା ଦାୟର କରିବା ସହ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ କମିସନର୍‌ ଓ ଡିସିପିଙ୍କୁ ଜଣାଇଛନ୍ତି। ଏହି ହ୍ଵାଟସ୍‌-ଆପ୍‌ ନମ୍ବର ମାଧ୍ୟମରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନକରିବାକୁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ଏଭଳି ଫେକ୍‌ ଆକାଉଣ୍ଟ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ସୂଚିତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe