ଡାଏଲ-୧୦୦କୁ ଦିନକୁ ୫୦୦ ‌ଫେକ୍‌ କଲ୍‌!

Advertisment

‘ମୋ ମୋବାଇଲ ରିଙ୍ଗଟୋନ ବଦଳାନ୍ତୁ...’

‘ମୋ ମୋବାଇଲ ରିଙ୍ଗଟୋନ ବଦଳାନ୍ତୁ...’

ଡାଏଲ-୧୦୦କୁ ଦିନକୁ ୫୦୦ ‌ଫେକ୍‌ କଲ୍‌!

କଟକ : 'ସାର! ମୋ ମୋବାଇଲରେ ରିଙ୍ଗଟୋନ ଟିକେ ବଦଳାଇ ଦିଅନ୍ତୁ...।' କଟକ କମିସନରେଟ୍ ପୁଲିସର ମଡର୍ଣ୍ଣ କଣ୍ଟ୍ରୋଲ ରୁମକୁ ଆସୁଛି ଏଭଳି ରୋଚକ ଫୋନ୍ କଲ।

ଦୈନିକ ପାଖାପାଖି ୫୦୦ରୁ ଅଧିକ ଏଭଳି ଫୋନ କଲ୍ ଅସାମାଜିକ ବ୍ୟକ୍ତି କରୁଥିବା କୁହାଯାଉଛି। ଏହାଦ୍ବାରା ଫୋନ ବାରମ୍ବାର ବ୍ୟସ୍ତ ରହୁଥିବାରୁ ଜରୁରୀ ଫୋନ କଲ୍ ଉଠାଇବାରେ ପୁଲିସ କର୍ମଚାରୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ସ୍ଥିତିର ମୁକାବିଲା ପାଇଁ ମଡର୍ଣ୍ଣ କଣ୍ଟ୍ରୋଲ ରୁମରେ ପ୍ରଥମଥର ପାଇଁ ଲାଗିବାକୁ ଯାଉଛି ଟ୍ରାକିଂ ମେସିନ। ଫୋନ କରିଥିବା ବ୍ୟକ୍ତି ସହରର କେଉଁ ମୋବାଇଲ ଟାଓ୍ବାର ଅଧୀନରୁ ଫୋନ୍ କରୁଛି, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ କମ୍ପ୍ୟୁଟରରେ ଦେଖାଇବ। ଯଦ୍ବାରା ପୁଲିସ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିପାରିବ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ମଧୁପାଟଣା ଟ୍ରାଫିକ ଟାଓ୍ବାରରେ ପୂର୍ବରୁ ଚାଲୁଥିବା 'ଡାଏଲ-୧୦୦' କଣ୍ଟ୍ରୋଲ ରୁମରେ ଫୋନ କରୁଥିବା ଲୋକଙ୍କ କଥାବାର୍ତ୍ତା ରେକର୍ଡ ପାଇଁ ମେସିନ ଲାଗିଥିଲା। କିନ୍ତୁ ୨୦୧୭ ଶେଷ ଆଡ଼କୁ ମେସିନ ଅଚଳ ହୋଇଯିବାରୁ ଦୈନିକ ଫେକ୍ କଲ ସଂଖ୍ୟାରେ ବୃଦ୍ଧି ଘଟିଲା। ଦୈନିକ ଆସୁଥିବା ପାଖାପାଖି ୫୪୫ ଫୋନ କଲରୁ ୫୦୦ ଫୋନ କେବଳ ଫେକ୍ ରହୁଥିଲା। ଫୋନ କରିଥିବା ବ୍ୟକ୍ତି ମୋବାଇଲ ରିଚାର୍ଜ, ରିଙ୍ଗଟୋନ ବଦଳାଇବା ପାଇଁ ପୁଲିସ କର୍ମଚାରୀଙ୍କୁ କହୁଥିଲେ। ଆଉ କେହି ପୁଲିସକୁ ଗାଳି ଦେବା ସହିତ ଯାତ୍ରା ଡାଇଲଗ ବି କହୁଥିଲେ। ଏମିତିକି ମିଛରେ ଅପହରଣ ଅଭିଯୋଗ ଆଣୁଥିବା ବେଳେ ପୁଲିସ ଘଟଣାସ୍ଥଳରୁ ଫେରିକି ଆସୁଥିଲା।

publive-image Live News

ଏବେ ୨୯ ତାରିଖଠାରୁ ଡିସିପିଙ୍କ ଅଫିସରେ ଆରମ୍ଭ ହୋଇଥିବା ମଡର୍ଣ୍ଣ କଣ୍ଟ୍ରୋଲ ରୁମରେ ପ୍ରତ୍ୟେକ ଫୋନ କଲ୍ ରେକର୍ଡିଂ କରିବାର ବ୍ୟବସ୍ଥା କରାଯାଇଛି। ଏକ ମାସ ପର୍ଯ୍ୟନ୍ତ ଫୋନ କଲ୍ ସର୍ଭରରେ ସଂରକ୍ଷିତ ହୋଇ ରହିବ। ରେକର୍ଡିଂ ସହିତ କମ୍ପ୍ୟୁଟର ମାଧ୍ୟମରେ ଫୋନ କଲ ପୁଲିସ କର୍ମଚାରୀ ଟ୍ରାକିଂ ବି କରିପାରିବେ। ଏବେ କରୋନ ପାଇଁ ଗଲା ୧୦ ଦିନ ମଧ୍ୟରେ 'ଡାଏଲ-୧୦୦'କୁ ଦୈନିକ ପାଖାପାଖି ୨ ହଜାର ଫୋନ କଲ୍ କଣ୍ଟ୍ରୋଲ ରୁମକୁ ଆସୁଛି। ଏଥିରୁ ପୂର୍ବ ଭଳି ୫୦୦ରୁ ଅଧିକ ଫେକ୍ କଲ୍ ରହୁଛି। ଏଭଳି ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ ସବୁ ଫୋନ୍ କଲ ରେକର୍ଡିଂ କରାଯିବାକୁ ଟ୍ରାକିଂ କରାଯିବ। କରୋନା ସମ୍ପର୍କିତ ସୂଚନା ଜାଣିବାକୁ ଦୈନିକ ପାଖାପାଖି ୧୦ଟି ଫୋନ କଲ୍ ଆସୁଛି। ସେମାନଙ୍କୁ ୧୦୪ ନମ୍ବରକୁ ଫୋନ କରିବାକୁ ପରାମର୍ଶ ଦିଆଯାଉଛି। ସେହି ନମ୍ବର ଗୁଡ଼ିକ ପଞ୍ଜୀକରଣ କରାଯାଉନାହିଁ। ବିଭିନ୍ନ ଥାନା ଅଞ୍ଚଳରେ ଏବେ କରୋନା ପାଇଁ ଗରିବ ଶ୍ରେଣୀର ଲୋକଙ୍କ ଖାଦ୍ୟ ସମସ୍ୟା ଦେଖା ଦେଇଥିବାରୁ ଦୈନିକ ପାଖାପାଖି ୮୦ ଫୋନ କଲ ଖାଦ୍ୟ ସାମଗ୍ରୀ ଯୋଗାଇବା ସମ୍ପର୍କିତ ଆସୁଛି। ଅନ୍ୟପଟେ ୨୯ ତାରିଖରୁ ଆରମ୍ଭ ହୋଇଥିବା କଣ୍ଟ୍ରୋଲ ରୁମ ପକ୍ଷରୁ ମୋଟ ୧୫୬ ଜଣ ସାଧାରଣ ନାଗରିକ ଏବଂ ସରକାରୀ କର୍ମଚାରୀଙ୍କୁ ମୋବାଇଲ ଯୋଗେ ଲକଡାଉନ ସମୟରେ ବାହାରକୁ ଯିବା ପାଇଁ ଗସ୍ତ ପାସ ଦିଆଯାଇଛି। ଏହି ପାସ୍‌ କେବଳ ଆଇଟି ସଂସ୍ଥାର କର୍ମଚାରୀ, ହସପିଟାଲ ଡାକ୍ତର ଏବଂ ଅନ୍ୟ କର୍ମଚାରୀ, ସରକାରଙ୍କ ଅନ୍ୟ ଜରୁରୀକାଳୀନ ସେବା ଯୋଗାଉଥିବା ବିଭାଗ, ବ୍ୟାଙ୍କ କର୍ମଚାରୀ, ସାମ୍ବାଦିକ, ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କାରବାର କରୁଥିବା ବ୍ୟକ୍ତିଙ୍କୁ ପାସ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe