ରାଜଧାନୀରେ ନକଲି ସିମେଣ୍ଟ କାରଖାନା ଠାବ: ୧୦୦୦ ବସ୍ତା ସହ ବହୁ ମେସିନ୍‌ ଜବତ

Advertisment

ଆଜି କମିସନରେଟ୍‌ ପୁଲିସ ରାଜଧାନୀରୁ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି। ଟଙ୍କପାଣିରୋଡ୍‌ ସାଇମନ୍ଦିର ନିକଟରେ ଏହି ନକଲି କାରଖାନା ବହୁ ଦିନ ଧରି ଚାଲିଥିଲା। ସିମେଣ୍ଟ ବସ୍ତାରେ ବିଭିନ୍ନ ନାମୀ କମ୍ପାନିର ଲୋଗୋ...

ଆଜି କମିସନରେଟ୍‌ ପୁଲିସ ରାଜଧାନୀରୁ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି। ଟଙ୍କପାଣିରୋଡ୍‌ ସାଇମନ୍ଦିର ନିକଟରେ ଏହି ନକଲି କାରଖାନା ବହୁ ଦିନ ଧରି ଚାଲିଥିଲା। ସିମେଣ୍ଟ ବସ୍ତାରେ ବିଭିନ୍ନ ନାମୀ କମ୍ପାନିର ଲୋଗୋ...

ddgdg

ଭୁବନେଶ୍ବର: ଆଜି କମିସନରେଟ୍‌ ପୁଲିସ ରାଜଧାନୀରୁ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି। ଟଙ୍କପାଣିରୋଡ୍‌ ସାଇମନ୍ଦିର ନିକଟରେ ଏହି ନକଲି କାରଖାନା ବହୁ ଦିନ ଧରି ଚାଲିଥିଲା। ସିମେଣ୍ଟ ବସ୍ତାରେ ବିଭିନ୍ନ ନାମୀ କମ୍ପାନିର ଲୋଗୋ ଲଗାଇ ଲୋକଙ୍କୁ ଚୂନ ଲଗାଇଥିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ପାହାଳ ଥାନା ଜୟପୁର ଅଞ୍ଚଳର ଦୁର୍ଗାଚରଣ ସାସମଲ(୫୦) ଓ ସହଯୋଗୀ ସଞ୍ଜୟ କୁମାର ରାଉତରାୟ(୩୫)କୁ ଗିରଫ କରିଛି। ଅଭିଯୁକ୍ତ ଦୁର୍ଗାଚରଣ ଏହି ନକଲଇ କାରଖାନାର ମାଲିକ ବୋଲି ପୁଲିସ କହିଛି। ପୁଲିସ ଉଭୟ କାରଖାନା ଓ ପାହାଳରେ ଥିବା ଗୋଦାମକୁ ସିଲ୍‌ କରିଛି। କାରଖାନା ଓ ଗୋଦାମରୁ ଦୁଇଟି ଟ୍ରକ୍‌, ୧୦୦୦ ବସ୍ତା ନକଲି ସିମେଣ୍ଟ, ଭାଇବ୍ରେଟର୍‌, ପ୍ୟାକିଂ ମେସିନ୍‌ ଓ ଫନେଲ୍‌ ଆଦି ବହୁ ମେସିନ ଓ ଉପକରଣ ଜବତ କରାଯାଇଛି।

୧୦୦୦ ବସ୍ତା ସହ ବହୁ ମେସିନ୍‌ ଜବତ
ବନ୍ଧାହେଲେ ମାଲିକ ଓ ସହଯୋଗୀ
କାରଖାନା ଓ ଗୋଦାମ‌ ସିଲ୍‌

ତଦନ୍ତରୁ ଜଣାପଡ଼ିଛି ଯେ ଦୁଇ ବର୍ଷ ତଳେ ଅଭିଯୁକ୍ତ ଦୁର୍ଗାଚରଣ କନକଦୁର୍ଗା ଟ୍ରେଡର୍ସ ନାଁରେ ଦୋକାନ ଖୋଲି ଅଲ୍‌ଟ୍ରାଟେକ୍‌ ସିମେଣ୍ଟର ସବ୍‌-ଡିଲ୍‌ରସିପ୍‌ ନେଇଥିଲେ। ଅଧିକ ଅର୍ଥ ରୋଜଗାର କରିବା ଲୋଭରେ ସେ ନକଲି ସିମେଣ୍ଟ ପ୍ରସ୍ତୁତି ପାଇଁ ଯୋଜନା କରିଥିଲେ ଏବଂ ସଞ୍ଜୟଙ୍କୁ ସାମିଲ କରିଥିଲେ। ଯୋଜନା ମୁତାବକ ସେମାନେ ବିଭିନ୍ନ ଡିଲର୍‌ ଓ ଦୋକାନୀଙ୍କ ସହ ଯୋଗାଯୋଗ କରି ସେମାନଙ୍କଠାରୁ ଖରାପ ବା ମୁଣ୍ଡା ହୋଇଯାଇଥିବା ସିମେଣ୍ଟକୁ କମ୍‌ ଦରରେ କିଣୁଥିଲେ। ସାଇମନ୍ଦିରସ୍ଥିତ ନକଲି କାରଖାନାରେ ମୁଣ୍ଡା ସିମେଣ୍ଟକୁ ଭାଙ୍ଗି ଗୁଣ୍ଡ କରୁଥିଲେ ଏବଂ ସେଥିରେ ପାଉଁଶ ସହିତ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରି ନକଲି ସିମେଣ୍ଟ ତିଆରି କରୁଥିଲେ। ସେମାନେ ଅଲ୍‌ଟ୍ରା‌ଟେକ୍‌ ଭଳି ନାମୀ କମ୍ପାନିର ପ୍ରିଣ୍ଟ୍‌ ତଥା ଲୋଗୋ ଲାଗିଥିବା ବସ୍ତା ବା ପ୍ୟାକ୍ ବାହାରୁ କିଣୁଥିଲେ। କଟକ ଓ କୋଲକାତାରୁ ଏହି ସବୁ ପ୍ୟାକେଟ୍ ମଗାଉଥିଲେ। ନକଲି ସିମେଣ୍ଟ ଗୁଣ୍ଡକୁ ଫନେଲ୍‌ ଜରିଆରେ ବସ୍ତାରେ ପୂରାଇ ମେସିନ୍‌ ଦ୍ବାରା ଷ୍ଟିଚ୍ କରୁଥିଲେ। ବସ୍ତାଗୁଡ଼ିକୁ ବାହାରୁ ଦେଖିଲେ କେହି ବି ନକଲି ସିମେଣ୍ଟ ବୋଲି ସହଜରେ ଧରିପାରିବ ନାହିଁ। ସେମାନେ ଏହି ସିମେଣ୍ଟକୁ ପାହାଳ ଗୋଦାମରେ ରଖି ବିକୁଥିଲେ। ଏଥିପାଇଁ ସେମାନେ କିଛି ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲେ ଏବଂ ସେମାନେ ନକଲି ସିମେଣ୍ଟ ବିକିବା ପାଇଁ ଖୁଚୁରା ବ୍ୟବସାୟୀ ଯୋଗାଡ଼ କରୁଥିଲେ। କଟକ, ପୁରୀ ଓ ଭୁବନେଶ୍ବର ଆଦି ଅଞ୍ଚଳରେ ଏହି ନକଲି ସିମେଣ୍ଟ ବିକ୍ରି ହେଉଥିଲା। ବଡ଼ଗଡ଼ ଥାନା ଅଧିକାରୀ ତୃପ୍ତିରଂଜନ ନାୟକଙ୍କ ସୂଚନାନୁସାରେ ଏହି ବଡ଼ଧରଣର ଠକେଇ ମାମଲାରେ ଯେଉଁ ସବୁ ଏଜେଣ୍ଟ ଓ ଖୁଚୁରା ବେପାରୀ ସମ୍ପୃକ୍ତ, ସେମାନଙ୍କୁ ଖୋଜା ଚାଲିଛି। ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe