ନେତା ଓ ବଡ଼ବଡ଼ିଆଙ୍କ ନିକଟତର ହେବା ଚେଷ୍ଟାରେ ମନୋଜ

Advertisment

ସୋସିଆଲ ମିଡିଆରେ ଶାସକ-ବିରୋଧୀ ମୁହାଁମୁହିଁ, କଂଗ୍ରେସ ଓ ବିଜେଡି ନେତାଙ୍କ ସହ ମନୋଜର ଫଟୋ ଭାଇରାଲ

ସୋସିଆଲ ମିଡିଆରେ ଶାସକ-ବିରୋଧୀ ମୁହାଁମୁହିଁ, କଂଗ୍ରେସ ଓ ବିଜେଡି ନେତାଙ୍କ ସହ ମନୋଜର ଫଟୋ ଭାଇରାଲ

ନକଲି ସାର୍ଟିଫିକେଟ ମାମଲା: ୨୦୧୯ରୁ ଜଣାପଡ଼ିଲାଣି ନକଲି କାରବାର

ବଲାଙ୍ଗୀର : ନକଲି ସାର୍ଟିଫିକେଟ ପ୍ରସଙ୍ଗକୁ ନେଇ ଏବେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଆରମ୍ଭ ହୋଇଛି ରାଜନୀତି। କଂଗ୍ରେସ ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛି। ସ୍ଥାନୀୟ ବିଧାୟକଙ୍କ ସମର୍ଥକ ସୋସିଆଲ ମିଡିଆରେ ନକଲି ସାର୍ଟିଫିକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ଶାସକ ଦଳର ନେତାଙ୍କ ଲିଙ୍କ୍‌ ରହିଥିବା ଅଭିଯୋଗ ଉଠାଇଛି। ଏପରିକି ମନୋଜ ବିଜେଡିର ସକ୍ରିୟ କର୍ମକର୍ତ୍ତା ଥିଲେ ବୋଲି କଂଗ୍ରେସ ନେତାଙ୍କ ଅଭିଯୋଗ।

ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଓ କଳିକେଶ ନାରାୟଣ ସିଂହଦେଓଙ୍କ ସହ ମନୋଜ ବିଭିନ୍ନ କାର୍ଯ୍ୟକ୍ରମରେ ଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ କଂଗ୍ରେସର ଏ ଅଭିଯୋଗକୁ ସୋସିଆଲ ମିଡିଆରେ କାଉଣ୍ଟର କରି ଫଟୋ ଅପଲୋଡ୍‌ କରିଛନ୍ତି ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ସମର୍ଥକ। ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ପୁଅଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ମାଷ୍ଟରମାଇଣ୍ଡ ମନୋଜ ଉପସ୍ଥିତ ଥିବା ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe