ଅଙ୍ଗନଵାଡ଼ି ନିଯୁକ୍ତିରେ ଜାଲ୍‌ ସାର୍ଟିଫିକେଟ, ଏସ୍‌ପିଙ୍କୁ ଅଭିଯୋଗ

Advertisment
ଅଙ୍ଗନଵାଡ଼ି ନିଯୁକ୍ତିରେ ଜାଲ୍‌ ସାର୍ଟିଫିକେଟ, ଏସ୍‌ପିଙ୍କୁ ଅଭିଯୋଗ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେଣ୍ଡୋପାଣି ଗାଁରେ ଅଙ୍ଗନୱାଡି କର୍ମୀ ପଦବି ନିମନ୍ତେ ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ହୋଇଥିବା ଅଭିଯୋଗ ନେଇ ଆଜି କଳାହାଣ୍ଡି ପୁଲିସ ଏସପିଙ୍କଠାରେ ଲିଖିତ ‌ଅଭିଯୋଗ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାରୁ ପ୍ରକାଶ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଟେଣ୍ଡୋପାଣି ଗ୍ରାମରେ ୨୦୨୧ ମସିହାରେ ଅଙ୍ଗନଵାଡ଼ି ପଦବୀ ପାଇଁ ନିଯୁକ୍ତି ହେଇଥିଲା। ଏଥିରେ ସସ୍ମିତା ତାଣ୍ଡି ଏବଂ ଲଲିତା ଧାରୁଆଙ୍କ ସହ ୬ ଜଣ ଆବେଦନ କରିଥିଲେ। ତେବେ ସସ୍ମିତା ତାଣ୍ଡିଙ୍କୁ ନିଯୁକ୍ତି ମିଳିଥିଲା। ପରେ ଲଲିତା ଧାରୁଆ ଆରଟିଆଇରେ ତଥ୍ୟ ମାଗିଥିଲେ। ତେବେ ସମନ୍ୱିତ ଶିଶୁ ବିକାଶ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ସସ୍ମିତା ତାଣ୍ଡି ମାଟ୍ରିକରେ ୩୮୫ ମାର୍କ ରଖିଥିବା ବେଳେ ବିଦ୍ୟାଳୟ ଏବଂ ବୋର୍ଡରୁ ମିଳିଥିବା ତଥ୍ୟରେ ୨୮୫ ମାର୍କ ରଖିଛନ୍ତି।

ତେବେ ଲଲିତା ଡିସେମ୍ବର ୨୦୨୧ରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗୁରୁବାର ସେ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ’ଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe