ନକଲି ନିର୍ମାଣ ଶ୍ରମିକ କାର୍ଡ଼ ଦେଇ ଠକେଇ ଘଟଣା : ଖଲ୍ଲିକୋଟ ଯାଏ ଲମ୍ବିଲାଣି ଚେର, ତଦନ୍ତ ଆରମ୍ଭ

Advertisment
ସୁନ୍ଦରଗଡ଼ ଜିଲ୍ଲାରେ ନିର୍ମାଣ ଶ୍ରମିକ ଯୋଜନା ବାଟବଣା: ମିଳିନି ୮ କୋଟିର ସହାୟତା

Change.org

ଖଲ୍ଲିକୋଟ : ପୁରୁଷୋତ୍ତମପୁର, ଛତ୍ରପୁର ଓ କବିସୂର୍ଯ୍ୟନଗର ପରେ ଖଲ୍ଲିକୋଟ ଯାଏ ଲମ୍ବିଲାଣି ନକଲି ନିର୍ମାଣ ଶ୍ରମିକ ପରିଚୟପତ୍ର ରାକେଟ୍। ଖଲ୍ଲିକୋଟ ଅଞ୍ଚଳର ଏକାଧିକ ଶ୍ରମିକଙ୍କୁ ନକଲି ନିର୍ମାଣ ଶ୍ରମିକ ପରିଚୟପତ୍ର ଦେଇ ଠକେଇ କରାଯାଇଥିବା ଅଭିଯୋଗ ଆସିବା ପରେ ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଦାନପୁର ପଞ୍ଚାୟତର ଦେଉଳପଲ୍ଲୀ ଓ କରଞ୍ଜରା ଗ୍ରାମରେ ଶତାଧିକ ଲୋକଙ୍କୁ ନକଲି ଶ୍ରମିକ କାର୍ଡ଼ ଦିଆଯାଇଥିବା ଜଣାପଡ଼ିଛି। ସେହିପରି କେଶପୁର ପଞ୍ଚାୟତର ମୋହନପୁର ଗ୍ରାମରେ ମଧ୍ୟ ଲୋକଙ୍କୁ ମିଳିଥିବା ଶ୍ରମିକ କାର୍ଡ଼ ଜାଲ୍ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଦେଉଳପଲ୍ଲୀ ଓ କରଞ୍ଜରା ଗ୍ରାମର ଲୋକମାନେ ନିକଟସ୍ଥ ଜନସେବା କେନ୍ଦ୍ରରେ ଶ୍ରମ କାର୍ଡ଼ ପାଇଁ ଆବେଦନ କରିଥିଲେ। ଏସମ୍ପର୍କରେ ଶ୍ରମିକମାନେ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ କରିବା ସହ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଜଣାଇଛନ୍ତି। ଜିଲ୍ଲା ସହ ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ ଉକ୍ତ ଗ୍ରାମକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି। ତଦନ୍ତ ବେଳେ କେତେକ କାର୍ଡ଼ ଜାଲ୍ ବୋଲି ଜଣାପଡିଛି। ଦେଉଳପଲ୍ଲୀ ଗ୍ରାମର ଇନ୍ଦ୍ର ନାହାକ, ସଚଳା ବେହେରା, ମନୁ ନାହାକ, ସୁନିତା ଜେନା, ସୁଲତା ମହାନ୍ତି, କଂଗ୍ରେସ ନାହାକ, ସୁରେନ୍ଦ୍ର ନାହାକ, ସୂର୍ଯ୍ୟମଣି ନାହାକ ଓ ସୁନ୍ଦରୀ ନାହାକ ଭଳି ଅନେକ ଲୋକ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe