ଜାଲ୍ ନୋଟ୍ କାରବାର କରୁଥିବା ଦୁଇ ଯୁବକ ଗିରଫ

Advertisment
ଜାଲ୍ ନୋଟ୍ କାରବାର କରୁଥିବା ଦୁଇ ଯୁବକ ଗିରଫ

ବାସୁଦେବପୁର: ଭଦ୍ରକ ଜିଲ୍ଲାରେ ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ପ୍ରିୟଙ୍କା ରଂଜନ ନାୟକ ଏବଂ ବିଜୟ କୁମାର ଦାସ। ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୪୧,୨୦୦ ଟଙ୍କାର ନକଲି ନୋଟ ଏବଂ ୭୨ ହଜାର ଟଙ୍କାର ଅସଲି ନୋଟ ଜବତ କରିଛି। ଏହାଛଡ଼ା ଏକ କାର୍, ତିନୋଟି ଗାଡ଼ି ନମ୍ବର ପ୍ଲେଟ ଏବଂ ତିନୋଟି ମୋବାଇଲ ଜବତ କରାଯାଇଥିବା ଜଣାଯାଇଛି।
ଖବର ଅନୁଯାୟୀ, ଜାତୀୟ ରାଜପଥ ନିକଟ ନାଳାଙ୍ଗା ଅଞ୍ଚଳରେ ଚାଲୁଥିବା ଏକ ଜାଲି ନୋଟ୍ ରାକେଟର ଦୁଇ ଅଭିଯୁକ୍ତ ଜିଲ୍ଲାର ବାସୁଦେବପୁର ଅଞ୍ଚଳର ଜଣେ ଯୁବକଙ୍କୁ ଡାକିଥିଲେ ଏବଂ ତାଙ୍କୁ ୧ ଲକ୍ଷ ଟଙ୍କା ବଦଳରେ ୨ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ସେମାନେ ତାଙ୍କୁ ନାଳାଙ୍ଗାରେ ଥିବା ନକଲି ଟଙ୍କା ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବାକୁ କହିଥିଲେ।

ଯୁବକଜଣକ ଏସଂପର୍କରେ ବାସୁଦେବପୁର ପୁଲିସକୁ ଖବର ଦେଥିଲେ। ଏହାପରେ ପୁଲିସ୍ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe