ବ୍ରହ୍ମପୁରରେ ନକଲି ନୋଟ୍‌ କାରବାର: ବ୍ୟବସାୟୀଙ୍କଠାରୁ ୧୯ ଲକ୍ଷ ଠକେଇ ଉଦ୍ୟମ

Advertisment

ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୧୯ଲକ୍ଷ ଟଙ୍କାର ନକଲି ନୋଟ୍‌ ଦେଇ ଠକେଇ ଉଦ୍ୟମ ହୋଇଛି। ନକଲି ନୋଟ୍ ଦେଇ ଅସଲି ୧୯ଲକ୍ଷ ଧରି ଚମ୍ପଟ ମାରୁଥିବା ବେଳେ ବୈଦ୍ୟନାଥପୁର ଥାନା ପୁଲିସ ଅଭିଯୁକ୍ତମାନଙ୍କୁ କାବୁ କରିଛି।

ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୧୯ଲକ୍ଷ ଟଙ୍କାର ନକଲି ନୋଟ୍‌ ଦେଇ ଠକେଇ ଉଦ୍ୟମ ହୋଇଛି। ନକଲି ନୋଟ୍ ଦେଇ ଅସଲି ୧୯ଲକ୍ଷ ଧରି ଚମ୍ପଟ ମାରୁଥିବା ବେଳେ ବୈଦ୍ୟନାଥପୁର ଥାନା ପୁଲିସ ଅଭିଯୁକ୍ତମାନଙ୍କୁ କାବୁ କରିଛି।

ସଂସଦରେ ବିଲ୍‌ ଉପସ୍ଥାପିତ

ବ୍ରହ୍ମପୁର: ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୧୯ଲକ୍ଷ ଟଙ୍କାର ନକଲି ନୋଟ୍‌ ଦେଇ ଠକେଇ ଉଦ୍ୟମ ହୋଇଛି। ନକଲି ନୋଟ୍ ଦେଇ ଅସଲି ୧୯ଲକ୍ଷ ଧରି ଚମ୍ପଟ ମାରୁଥିବା ବେଳେ ବୈଦ୍ୟନାଥପୁର ଥାନା ପୁଲିସ ଅଭିଯୁକ୍ତମାନଙ୍କୁ କାବୁ କରିଛି। ଏହି ନକଲି ନୋଟ୍‌ କାରବାରରେ ସଂପୃକ୍ତ କଟକର ଅଜୟ ମହାପାତ୍ର ଓ ଶିବଶଙ୍କର ପାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ନକଲି ନୋଟ୍‌ କାରବାରର ଅଧିକ ତଦନ୍ତ ପାଇଁ ଏକ ପୁଲିସ ଟିମ୍‌ ସହର ବାହାରକୁ ଯିବ ବୋଲି ସୂଚନା ମିଳିଛି। 

ସୂଚନା ଅନୁଯାୟୀ, ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁ ଝୁମର୍‌ କିଣିବା ପାଇଁ କଟକର ଉପରୋକ୍ତ ୨ଜଣ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଆସିଥିଲେ। ଉଭୟ ପକ୍ଷ ମଧ୍ୟରେ ୬୦ଲକ୍ଷ ଟଙ୍କାର ଝୁମର୍‌ କିଣାବିକା ନେଇ କଥାବାର୍ତ୍ତା ହୋଇଥିଲା। ୬୦ ଲକ୍ଷର ଝୁମର ଯୋଗାଇବା ପାଇଁ ଅଗ୍ରିମ ବାବଦକୁ ନଗଦ ୨୦ଲକ୍ଷ ଟଙ୍କା ଦେବାକୁ ହେବ ବୋଲି ଅଭିଯୁକ୍ତମାନେ କହିଥିଲେ। ଗତକାଲି ଖୋଡ଼ାସିଂ ଠାରେ ସେମାନେ ବ୍ୟବସାୟୀ ପ୍ରମୋଦଙ୍କୁ ଝୁମର ନମୁନା ଦେଖାଇଥିଲେ। ଆଜି ଅଗ୍ରିମ ବାବଦ ଟଙ୍କା ନେବା ପାଇଁ ପ୍ରମୋଦଙ୍କୁ ନୂଆ ବସ୍‌ଷ୍ଟାଣ୍ଡ ନିକଟକୁ ଡାକିଥିଲେ। କିନ୍ତୁ ପ୍ରମୋଦ ୧୯ ଲକ୍ଷ ଟଙ୍କା ଏକ ଟ୍ରଙ୍କରେ ଭରି ଧରି ଜଣେ ସହଯୋଗୀଙ୍କ ସହ ଠିକଣା ସ୍ଥାନରେ ପହଞ୍ଚିଥିଲେ। 

ବ୍ୟବସାୟୀଙ୍କଠାରୁ ୧୯ ଲକ୍ଷ ଠକେଇ ଉଦ୍ୟମ
ଦୁଇ ଅଭିଯୁକ୍ତ ଅଟକ, ନଗଦ ୧୬ଲକ୍ଷ ଜବତ

ଅଭିଯୁକ୍ତମାନେ ଉକ୍ତ ଟ୍ରଙ୍କରେ ତାଲା ପଡ଼ିଥିବା ଦେଖି କିଛି ସମୟ ପରେ ଏହାକୁ ନେବେ  ବୋଲି କହିଥିଲେ। ସୁଯୋଗ ଦେଖି ଅଭିଯୁକ୍ତମାନେ ଟ୍ରଙ୍କ ଖୋଲି ଅସଲି ୧୯ଲକ୍ଷ ବାହାର କରି ସେଥିରେ ନକଲି ନୋଟ୍‌ ଭର୍ତ୍ତି କରିଦେଇଥିଲେ। ଅଭିଯୁକ୍ତମାନେ ପ୍ରମୋଦ ଏବଂ ତାଙ୍କ ସହଯୋଗୀଙ୍କୁ ଟ୍ରଙ୍କଟିକୁ ଅନ୍ୟଏକ ସ୍ଥାନକୁ ଧରି ଆସିବାକୁ କହିଥିଲେ। ଟ୍ରଙ୍କଟି ପୂର୍ବାପେକ୍ଷା ଓଜନିଆ ଲାଗିବାରୁ ପ୍ରମୋଦ ଓ ତାଙ୍କ ସହଯୋଗୀ ଖୋଲି ଯାଞ୍ଚ କରିବା ବେଳେ ସେଥିରୁ ନକଲି ନୋଟ୍‌ ବାହାରିବାରୁ ପ୍ରମୋଦ ବୈଦ୍ୟନାଥପୁର ଥାନାକୁ ଖବର ଦେଇଥିଲେ। ବ୍ରହ୍ମପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରବେ ବୈଦ୍ୟନାଥପୁର ଥାନା, ଗୋପାଳପୁର ଥାନା ଓ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ନେଇ ଗଠିତ ଏକାଧିକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢଉ କରି ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୬ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe