ନକଲି ଡାକ୍ତର ସାଜି ଯୁବକ ଗିରଫ

Advertisment
ନକଲି ଡାକ୍ତର ସାଜି ଯୁବକ ଗିରଫ

ଦଶରଥପୁର: ନକଲି ଡାକ୍ତର ସାଜି ପ୍ରସୂତି ୱାର୍ଡ ଭିତରକୁ ପ୍ରବେଶ କରିଥିବା ଯୁବକକୁ ଭଦ୍ରକ ପୁଲିସ ଗିରଫ କରିଛି। ଗିରଫ ଯୁବକ ଦଶରଥପୁର ବ୍ଲକ ତଥା ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ରାଜୀବ ଲୋଚନ ନାୟକ। ରାଜୀବ ବୁଧବାର ଦିନ ପ୍ରାୟ ୧୧ଟାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡରେ ପ୍ରବେଶ କରୁଥିଲେ। ଏହି ସମୟରେ ଫାଟକରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଅଟକାଇ ପରିଚୟ ମାଗିବାରୁ ସେ ନିଜକୁ ଜଣେ ଡାକ୍ତର ପରିଚୟ ଦେଇ ଏଠାରେ ନୂଆକରି ଯୋଗଦେଇଥିବା କହିଥିଲା।

ସୁରକ୍ଷାକର୍ମୀ ଏଥିରେ ବିଶ୍ୱାସକରି ଭିତରକୁ ଯିବାକୁ ଅନୁମତି ଦେବା ପରେ ରାଜୀବ ପ୍ରସୂତି ୱାର୍ଡରେ ବୁଲାବୁଲି କରୁଥିଲା। ଏହି ସମୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର ବିଭିନ୍ନ ବିଭାଗର କାର୍ଯ୍ୟ ସର୍ବେକ୍ଷଣ କରୁଥିଲେ। ରାଜୀବ ବେକରେ ଷ୍ଟୋଥୋସ୍କୋପ ପକାଇଥିବା ଦେଖି ପରିଚୟ ମାଗିବାରୁ ସେ ଧରାପଡ଼ିଯାଇଥିଲା। ସେ କ୍ଷମା ମାଗିବା ସହ ଛାଡ଼ିଦେବାକୁ କାକୁତିମିନତି ହୋଇଥିଲେ ମଧ୍ୟ ଡାକ୍ତର ପାତ୍ର ପାତ୍ର କିଛି ନଶୁଣି ନକଲି ଡାକ୍ତର ସାଜିଥିବା ରାଜୀବକୁ ଥାନାକୁ ଜଣାଇଥିଲେ। ପୁଲିସ ରାଜୀବଠାରୁ ଏକ ନକଲି ପରିଚୟପତ୍ର ସମେତ ଆଉ କିଛି କାଗଜପତ୍ର ଜବତ କରିଛି। ସେ ପ୍ରସୂତି ୱାର୍ଡକୁ ଯିବାର କାରଣ ଅନୁସନ୍ଧାନ କରାଯାଉଛି। ଅନ୍ୟପକ୍ଷରେ ରାଜୀବର ପରିବାର ଲୋକଙ୍କ କହିବା କଥା ସେ କିଛି ଦିନ ହେବ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଚିକିତ୍ସା ଚାଲିଛି। ଆଜି ସକାଳେ ଏକ ଫଟା ପ୍ୟାଣ୍ଟ ପିନ୍ଧି ସେ କେଉଁଆଡ଼େ ଚାଲିଯାଇଥିଲା। ପରେ ସେ ଏଭଳି କାମ କରିଥିବା ଜାଣିବାକୁ ପାଇଲେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe