୨୭ ବର୍ଷ ଧରି ରୋଗୀ ଚିକିତ୍ସା କରି ଆସୁଥିଲେ ନକଲି ଡାକ୍ତର, ବନ୍ଧା ହୋଇ ଗଲେ ଜେଲ୍‌

୨୭ ବର୍ଷ ଧରି ରୋଗୀ ଚିକିତ୍ସା କରି ଆସୁଥିଲେ ନକଲି ଡାକ୍ତର, ବନ୍ଧା ହୋଇ ଗଲେ ଜେଲ୍‌

ବୁଗୁଡ଼ା: ଯୋଗ୍ୟତା +୨। କିନ୍ତୁ ନିଜକୁ ଦେଇଥିଲେ ଡାକ୍ତର ପରିଚୟ। ସୁଦୂର ପଶ୍ଚିମବଙ୍ଗରୁ ଆସି ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବାଲିପଦର ନିକଟ କଳମ୍ବ ଛକରେ କ୍ଲିନିକ ଖୋଲି ଦୀର୍ଘ ୨୭ ବର୍ଷ ଧରି ରୋଗୀ ଚିକିତ୍ସା କରି ଆସୁଥିବା ଡାକ୍ତର ଦିଲ୍ଲୀପ ବିଶ୍ୱାସକୁ ବାଲିପଦର ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଉକ୍ତ କ୍ଲିନିକରୁ ବହୁ ଔଷଧ ପତ୍ର, ବିପି ମେସିନ, ତେଥସ୍କୋପ ଆଦି ଯନ୍ତ୍ରାଂଶ ସହ ନକଲି ରବର ଷ୍ଟାମ୍ପ, କାଗଜ ପତ୍ର ଆଦି ଜବତ କରାଯାଇଥିବା ଜଣାପଡିଛି ।

ଦୀର୍ଘ ବର୍ଷ ହେଲା ସେ ବେଆଇନ କ୍ଲିନିକ ଖୋଲି ରୋଗୀ ଚିକିତ୍ସା କରି ଆସୁଥିଲେ ହେଁ ଏ ପର୍ଯ୍ୟନ୍ତ କାହାର ନଜର କେମିତି ପଡୁ ନଥିଲା ତାହା ସମସ୍ତଙ୍କୁ ଚକିତ କରିଛି। ସ୍ୱାସ୍ଥ୍ୟ ପରୀକ୍ଷା ଆଳରେ ମହିଳାଙ୍କ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିବା ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି ।ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଚଢ଼ଉ କରିଥିବା ବାଲିପଦର ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରା ଯାଇଥିବା ଜଣାପଡିଛି। ଗିରଫ ଡାକ୍ତରଙ୍କ ଘର ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଚକଧା ଥାନା ଅନ୍ତର୍ଗତ ସିମୁରଲୀ ଗ୍ରାମରେ ବୋଲି ପୁଲିସ କହିଛି। ସେ ବାଲିପଦର ନିକଟ କଳମ୍ବ ଛକରେ ପୂଜା କ୍ଲିନିକ ନାମରେ ଘରୋଇ କ୍ଲିନିକ ଖୋଲିଥିଲେ। ତାଙ୍କର କୌଣସି ଡାକ୍ତରୀ ପ୍ରମାଣ ପତ୍ର କିମ୍ୱା ସରକାରୀ ଅନୁମତି ନଥିବା ପୁଲିସ ନିକଟରେ ଦିଲ୍ଲୀପ ସ୍ୱୀକାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe