ରସିକିଆ ନକଲି ଡାକ୍ତରଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବ ପୁଲିସ

Advertisment
ରସିକିଆ ନକଲି ଡାକ୍ତରଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବ ପୁଲିସ

ଭୁବନେଶ୍ବର: ବହୁୁଚର୍ଚ୍ଚିତ ରାଜଧାନୀ ଭୁବନେଶ୍ବରରେ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁକୁ ପୁଲିସ ୫ ଦିନିଆର ରିମାଣ୍ଡରେ ଆଣିବ। ରିମାଣ୍ଡ ସମୟରେ ପୁଲିସ ରମଶେ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ। ୭ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୁଲିସ କୋର୍ଟରେ ଆବେଦନ କରିଥିଲା। କିନ୍ତୁ କୋର୍ଟ ୫ ଦିନ ପାଇଁ ଅନୁମତି ଦେଇଛନ୍ତି।

ନକଲି ଡାକ୍ତର ଶ୍ରୀ ସ୍ବାଇଁ ଗିରଫ ଘଟଣାରେ କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଅଧିକ ତଦନ୍ତ କରୁଛି। ଟିମ୍‌ରେ ମହିଳା ଥାନା, ସାଇବର ସେଲ, ଆଣ୍ଟି ଫ୍ରର୍ଡ ସେଲକୁ ନେଇ ଏହି ଟିମ୍‌ ଗଠିତ ହୋଇଛି। ଠକ ଡାକ୍ତର ରମେଶ ସ୍ବାଇଁ ସମ୍ପର୍କରେ ପୁଲିସକୁ ଅନେକ ତଥ୍ୟ ମିଳିଛି। ତେଣୁ ପୁଲିସ ରମେଶକୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଥିଲା। ଅଭିଯୁକ୍ତ ରମେଶ ୩୦ ବର୍ଷ ଭିତରେ କେଉଁଠି ରହୁଥିଲେ ଓ କାହାକାହା ସମ୍ପର୍କରେ ଆସିଥିଲେ ସେନେଇ ଖୋଳ ତାଡ଼ କରିବ। ଏଥି ପାଇଁ ପୁଲିସର ସ୍ବତନ୍ତ୍ର ଟିମ୍‌ ରାଜ୍ୟ ବାହାରକୁ ଯିବ। ଯେଉଁ ମହିଳା ଓ ଯୁବତୀ ମାନେ ଏହି ଠକେଇରେ ଶିକାର ହୋଇଛନ୍ତି ମହିଳା ଥାନାରେ ଅଭିଯୋଗ କରିବା ପାଇଁ ଡିସିପି ଉମାଶଙ୍କର ଦାଶ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ନିଜକୁ ଜଣେ ଡାକ୍ତର ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ବୋଲି ପରିଚୟ ଦେଇ ରାଜ୍ୟ ଓ ରାଜ୍ୟ ବାହାରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରମେଶ ଚନ୍ଦ୍ର ସ୍ବାଇଁଙ୍କ ୧୭ ଜଣଙ୍କୁ ବିଭିନ୍ନ ଶୈଳୀରେ ବିବାହ କରିଛି। ପୂର୍ବରୁ ସେ ୧୪ ଜଣ ମହିଳାଙ୍କର ସ୍ବାମୀ ବୋଲି ଜଣାପଡ଼ିଥିଲା। କିନ୍ତୁ ଧୀରେ ଧୀରେ ରମେଶ ବିଷୟରେ ପୁଲିସକୁ ଅଧିକ ତଥ୍ୟ ମିଳଛି। ଏବେ ଯାଏଁ ସେ ୧୭ ଜଣଙ୍କୁ ବିବାହ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe