ଜେରା ବେଳେ କାନ୍ଦି ପକେଇଲେ ନକଲି ଡାକ୍ତର ରମେଶ ସ୍ୱାଇଁ: ମିଳିଲା ବହୁ ଚାଞ୍ଚଲ୍ୟକର ତଥ୍ୟ

Advertisment
ଜେରା ବେଳେ କାନ୍ଦି ପକେଇଲେ ନକଲି ଡାକ୍ତର ରମେଶ ସ୍ୱାଇଁ: ମିଳିଲା ବହୁ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ଗତ ୩ ଦିନ ହେଲାଣି ପୁଲିସର ସ୍ୱତନ୍ତ୍ର ଟିମ୍ ଜେରା କରି ବହୁ ତଥ୍ୟ ହାସଲ କରିଥିବା ଜଣାଯାଇଛି। ଏବେ ଘରୁ ମିଳିଥିବା ଦସ୍ତାବିଜ ଏବଂ ମୋବାଇଲକୁ ନେଇ ତଦନ୍ତ ଚାଲିଛି।

ମିଳିଥିବା ତଥ୍ୟ ଅନୁଯାୟୀ ଠକ ଡାକ୍ତର କେରଳର ଜଣେ ସେନା ଅଧିକାରୀଙ୍କ ଝିଅକୁ ମେଡିକାଲ ଆଡମିସନ କରାଇ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଠକିଛନ୍ତି। ଖୁବ ଶୀଘ୍ର କେରଳର ଏକ ଥାନାରେ ସେନା ଅଧିକାରୀଜଣକ ଲିଖିତ ଅଭିଯୋଗ କରିବେ।
ଏଣେ ସେ ଜଣେ ଡ୍ରାଇଭରଙ୍କ ଠାରୁ ୬୦ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ ୩୦ ହଜାର ଟଙ୍କା ଡ୍ରାଇଭରଙ୍କୁ ଫେରାଇ ଥିଲେ ଠକ ଡାକ୍ତର। ଆଉ ୩୦ ହଜାର ନଫେରାଇ ପାରିବାରୁ ଏକ୍ସପାରି ମେଡ଼ିସିନ ଦେଇ ଡ୍ରାଇଭରଙ୍କୁ ଠକିଥିଲେ। ଗତକାଲି ହସ୍ପିଟାଲରେ ଚାକିର କରାଇ ଦେବା କହି ୧୧ ଲକ୍ଷ ଠକେଇ କରିଥିବା ଅଭିଯୋଗ ହୋଇଥିଲା ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ତାଙ୍କର ଭୁବନେଶ୍ୱରରୁ ତିନୋଟି କାର ଏବଂ ପଞ୍ଜାବରୁ ଗୋଟିଏ କାର ସନ୍ଧାନ ପାଇଛି ପୁଲିସ।
ନକଲି ଡାକ୍ତରଙ୍କର ପୈତୃକ ଘରୁ ମିଳିଥିବା ସୂଚନା ଅନୁସାରେ ରମେଶ ହାଇସ୍କୁଲରେ ପାଠ ପଢୁଥିଲେ। ପାଠପଢା ପରେ ଗାଁ ରେ ରହି ଚାଷ କରୁଥିଲେ। ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିବା ତଥ୍ୟ ଅନୁସାରେ ତଦନ୍ତ କରିବ ପୁଲିସ। ଆବଶ୍ୟକ ପଡ଼ିଲେ ଗାଁକୁ ଯାଇ ଯାଞ୍ଚ କରିବା ସହ ପାରାଦୀପ ଓ ଢେଙ୍କାନାଳରେ ମଧ୍ୟ ଚଢ଼ାଉ କରିବ ।
ସ୍ୱତନ୍ତ୍ର ଟିମ ଠକେଇ ବାବଦରେ ଜେରା କରୁଥିବା ବେଳେ ନକଲି ଡାକ୍ତର ରମେଶ ସ୍ୱାଇଁ କାନ୍ଦି ପକେଇଥିଲେ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe